ତାମିଲନାଡୁର କରୁରରେ ଅଭିନେତା ତଥା ରାଜନେତା ବିଜୟଙ୍କ ରାଲିରେ ଦଳାଚକଟା ଘଟଣାରେ ଆଜି ମୁହଁ ଖୋଲିଛନ୍ତି ବିଜୟ । ସେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ମୁଁ ମୋ ଜୀବନରେ ଏପରି ଦୁଃଖଦାୟକ ପରିସ୍ଥିତିର ସାମ୍ନା କେବେ କରିନାହିଁ । ଶୀଘ୍ର ପୀଡ଼ିତମାନଙ୍କୁ ଭେଟିବି, ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଉଛି । ଯାହା ହେବା ଉଚିତ ନ ଥିଲା, ତାହା ହୋଇଛି । ସେଥିପାଇଁ ମୁଁ ଦୁଃଖିତ। ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଆମେ କିଛି ଭୁଲ କରିନାହୁଁ, ତଥାପି ଆମ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଛି। ଦୟାକରି TVK କର୍ମୀମାନଙ୍କର କ୍ଷତି କରନ୍ତୁ ନାହିଁ । ଯଦି ମୋର ଭୁଲ ଅଛି ତେବେ ମୋ ଘରକୁ କିମ୍ବା ଅଫିସକୁ ଆସି ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି । ବିଜୟ ଆଉ ମଧ୍ୟ କହିଛନ୍ତି ଯେ ସେ ଦୁର୍ଘଟଣା ଦିନ ହଠାତ୍ କରୁର ଛାଡି ଯାଇ ନ ଥିଲେ କାରଣ ସେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଚାହୁଁଥିଲେ । ଶୋଭାଯାତ୍ରା କରିବାକୁ ଉପଯୁକ୍ତ ସ୍ଥାନ ବାଛିଥିଲେ ଏବଂ ସୁରକ୍ଷା ପାଇଁ ଅନୁମତି ନେଇଥିଲେ । ଏହା କେମିତି ଘଟିଲା ତାହା କେହି ଜାଣି ନାହାଁନ୍ତି । Post navigation ଝୁମ୍ପୁରାରେ ମା’ଦୁର୍ଗାଙ୍କ ପୂଜା ଅର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିହାର ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ