ସେପ୍ଟେମ୍ବର ୨୮ ଭାରତୀୟ କ୍ରିକେଟ ଇତିହାସରେ ଏକ ସ୍ୱତନ୍ତ୍ର ତାରିଖ ହୋଇଯାଇଛି । ଟିମ୍ ଇଣ୍ଡିଆ ରେକର୍ଡ ନବମ ଥର ପାଇଁ ଏସିଆ କପ୍ ୨୦୨୫ ଟାଇଟଲ ଜିତିଛି। ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ଭାରତ ପାକିସ୍ତାନକୁ ୫ ୱିକେଟରେ ହରାଇ ଏସିଆ କପ୍ ଚାମ୍ପିଅନ ହୋଇଛି ଭାରତ ।

ଅନ୍ୟପଟେ ଟ୍ରଫି ଜିତିବା ସତ୍ତ୍ୱେ ଟ୍ରଫି ନେଲା ନାହିଁ ଭାରତ। ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କଲା ଭାରତ । ମ୍ୟାଚ୍ ପରବର୍ତ୍ତୀ ଉପସ୍ଥାପନା ସମାରୋହ ରାତି ୧୨ଟା ପର୍ଯ୍ୟନ୍ତ ଆରମ୍ଭ ହୋଇନଥିଲା। ଏହା ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଏସିଆନ କ୍ରିକେଟ କାଉନସିଲ (ଏସିସି) ଅଧ୍ୟକ୍ଷ ମୋହସିନ ନାକଭିଙ୍କଠାରୁ ବିଜୟୀ ଟିମ୍ ଟ୍ରଫି କିମ୍ବା ପଦକ ଗ୍ରହଣ କରିବାକୁ ମନା କରିଦେଇଥିଲା ଭାରତ। ଏହା ସହ ଖାଲି ହାତରେ ବିଜୟ ଉତ୍ସବ ପାଳିଥିଲା ବିଜୟୀ ଟିମ୍ ।

ଭାରତ ଏସିସି(ଏସିଆନ୍ କ୍ରିକେଟ୍ ପରିଷଦ) ମୁଖ୍ୟ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଥିଲା ଭାରତ । ଏହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏସୀୟ କ୍ରିକେଟ ପରିଷଦ (ଏସିସି)ର ସଭାପତି ମୋହସିନ ନକଭି ଟିମ୍ ଜିତିଥିବ ଇଣ୍ଡିଆର ଟ୍ରଫି ଏବଂ ଖେଳାଳିଙ୍କ ବ୍ୟକ୍ତିଗତ ପଦକ ନେଇ ପଲେଇଥିଲେ। ତଥାପି ବିନା ଟ୍ରଫିରେ ଭାରତ ଟିମ୍ ଉତ୍ସବ ପାଳନ କରିଥିଲେ ।

ସୂଚନା ଯୋଗ୍ୟ; ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୪୬ ରନରେ ଅଲଆଉଟ୍ ହୋଇଥିଲା । ଜବାବରେ ଭାରତ ୧୯.୪ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି ।

Leave a Reply

Your email address will not be published. Required fields are marked *