କିଏ ହେବ ବିସିସିଆଇ ପରବର୍ତ୍ତୀ ଅଧ୍ୟକ୍ଷ ଏହାକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ହୋଇଛି । ଦିଲ୍ଲୀ ରଣଜୀ ଟ୍ରଫି ଟିମ ପୂର୍ବ ଅଧିନାୟକ ମିଥୁନ ମନହାସ ହେଲେ ବିସିସିଆଇ ଅଧ୍ୟକ୍ଷ । ସେହିପରି ରାଜୀବ ଶୁକ୍ଲା ଉପାଧ୍ୟକ୍ଷ ହୋଇଥିବା ବେଳେ ଦେବଜିତ ସାଇକିଆ ହୋଇଛନ୍ତି ସମ୍ପାଦକ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ପଦରୁ ରୋଜର ବିନିଙ୍କର କାର୍ଯ୍ୟକାଳ ଶେଷ ହେବା ପରଠାରୁ ଏହି ପଦ ଖାଲି ପଡ଼ିଥିଲା।

ମନହାସ ତାଙ୍କ କ୍ରିକେଟ ଜୀବନରେ ଅନେକ ରେକର୍ଡ କରିଛନ୍ତି । ତାଙ୍କ ଦୂରଦର୍ଶୀ ନେତୃତ୍ୱରେ ଜାମୁକାଶ୍ମୀର କ୍ରିକେଟ ଶୀଖର ଛୁଇଁଛି । ଜାମ୍ମୁ-କାଶ୍ମୀରର ଅନେକ ଖେଳିଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି । ୪୫ ବର୍ଷୀୟ ମିଥୁନ ମନହାସ ଘରୋଇ କ୍ରିକେଟରେ ପ୍ରାୟ ୧୫,୦୦୦ ରନ୍ କରିଛନ୍ତି। ସେ ୧୯୯୭-୯୮ରୁ ଆରମ୍ଭ କରି ୨୦୧୬-୧୭ ପର୍ଯ୍ୟନ୍ତ ପ୍ରାୟ ୧୫୭ ଫାର୍ଷ୍ଟ କ୍ଲାସ ମ୍ୟାଚ୍, ୧୩୦ ଲିଷ୍ଟ A ମ୍ୟାଚ୍ ଏବଂ ୯୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି ଓ ସେ ଫାର୍ଷ୍ଟ କ୍ଲାସ ମ୍ୟାଚ ଖେଳି ୯,୭୧୪ ରନ୍ ମଧ୍ୟ କରିଛନ୍ତି। ମିଥୁନ ମନହାସ ବର୍ତ୍ତମାନ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନରେ ପ୍ରଶାସକ କାର୍ଯ୍ୟ କରୁଛନ୍ତି । ସେପ୍ଟେମ୍ବର ୩୦ରେ କାର୍ଯ୍ୟକାଳ ସରିବ ଏହା ପୂର୍ବରୁ ସେ ଦୁଲୀପ ଟ୍ରଫିରେ ଉତ୍ତର ଜୋନ୍‌ ପାଇଁ ସଂଯୋଜକ ଥିଲେ । ଆଇପିଏଲ ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟନ୍ସର ସର୍ପୋର୍ଟ ଷ୍ଟାଫ୍ ଭାବେ କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *