ବଡ଼ଚଣା ଥାନାର ପୂର୍ବତନ ଥାନା ଅଧିକାରୀ (IIC) ମଧୁସ୍ମିତା ବେହେରାଙ୍କ ଜରିଆରେ ଲାଞ୍ଚ ଘଟଣାରେ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ସାମ୍ବାଦିକଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଠକେଇର ଶିକାର ଔଷଧ ଦୋକାନୀଙ୍କ ଏତଲା ଆଧାରରେ ଗିରଫ ହୋଇଥିବା ସୂଚନା ମିଳିଛି । ନିଜକୁ ପୀଡ଼ିତା ଦର୍ଶାଇଥିବା ମହିଳା ଓ ଜଣେ ଦୋକାନୀ ମଧ୍ୟ ଗିରଫ ହୋଇଛନ୍ତି । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଖୋଜାଖୋଜି କରୁଛି ପୋଲିସ । ପୂର୍ବରୁ IIC ମଧୁସ୍ମିତା ବେହେରା ଲାଞ୍ଚ ମାମଲାରେ ନିଲମ୍ବିତ ହୋଇସାରିଛନ୍ତି । ସାମ୍ବାଦିକଙ୍କ ମଧ୍ୟସ୍ତତାରେ ଲାଞ୍ଚ ନେବା ଘଟଣାରେ ଖୋଳତାଡ଼ ଚାଲିଛି । ମଧୁସ୍ମିତା ବେହେରା ଜଣେ ଔଷଧ ଦୋକାନି ନାଁରେ ମିଛ ମାମଲା କରି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । Post navigation ରାଜ୍ୟରେ ୧୪,୦୦୦ ଡାକ୍ତରୀ ପଦବୀ ଖାଲି: ସ୍ୱାସ୍ଥ୍ୟ ମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ