ରାଜ୍ୟରେ ବନ୍ଦ ପଡ଼ିଥିବା ୭୦ଟି ମଦ ଦୋକାନ ଖୋଲିବେ ରାଜ୍ୟ ସରକାର । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଲିଖିତ ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଯେ, ବନ୍ଦ ମଦ ଦୋକାନକୁ ପୁନର୍ବାର ଖୋଲିବାକୁ ବିଭାଗ ତରଫରୁ ଅନୁମତି ଦିଆଯାଇଛି । ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବାକୁ ବି ପ୍ରସ୍ତାବ ରହିଛି । ବାଲେଶ୍ୱରରେ ସର୍ବାଧିକ ୧୭ଟି ମଦ ଦୋକାନ ଖୋଲିବେ ରାଜ୍ୟ ସରକାର । ସେହିପରି ଗଞ୍ଜାମରେ ୧୦ଟି ବନ୍ଦ ଥିବା ମଦ ଦୋକାନ, ନୟାଗଡରେ ୯, ମୟୁରଭଞ୍ଜରେ ୮, କଟକରେ ୭, ରାଉରକେଲାରେ ୫, କେନ୍ଦୁଝରରେ ୩, ବ୍ରହ୍ମପୁରରେ ୪, ବଲାଙ୍ଗୀରରେ ୨, କନ୍ଧମାଳରେ ୩ ଏବଂ ମାଲକାନଗିରି ଓ ସମ୍ବଲପୁର ଗୋଟିଏ ଲେଖାଏଁ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର । Post navigation ପାଗ ଖରାପ ଯୋଗୁଁ ମୋଦିଙ୍କ ବ୍ରହ୍ମପୁର କାର୍ଯ୍ୟକ୍ରମ ଝାରସୁଗୁଡାକୁ ସ୍ଥାନାନ୍ତରିତ ସାମ୍ବାଦିକଙ୍କୁ ପେନସନର ଦାବି ରଖିଲେ ନବୀନ ଦାସ