ଦୁଇ ଦିନ ତଳେ ବ୍ରହ୍ମଗିରି ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲି ହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଘଟିଛି ଲଜ୍ଜାଜନକ ଘଟଣା। ବାଲି ହରଚଣ୍ଡୀ ପୀଠରେ ଜଣେ ଯୁବତୀଙ୍କୁ ଗଣଧର୍ଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି । ଅଭିଯୋଗ ପରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବରୁ ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶରୁ ଅଭିଯୁକ୍ତ ମନୋଜ ବେହେରାକୁ ଗିରଫ କଲା ପୁରୀ ପୋଲିସ । ଆଜି ସମସ୍ତଙ୍କର ଡାକ୍ତରୀ ମାଇନା କରାଯିବ । ଗଣଦୁଷ୍କର୍ମ ମାମଲାରେ କେବଳ ୨ ଜଣଙ୍କ ସଂପୃକ୍ତି ସ୍ପଷ୍ଟ କରିଛନ୍ତି ସଦର SDPO । ମୋଟ୍ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅନ୍ୟପଟେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି କହିଛି ରାଜ୍ୟରେ ମହିଳା ଅସୁରକ୍ଷିତ । ବିଶ୍ଵ ଆଧ୍ୟାତ୍ମିକ କେନ୍ଦ୍ର ଜଗନ୍ନାଥଙ୍କ ଜିଲ୍ଲାରେ ବାଲି ହରଚଣ୍ଡୀ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ଏବେ ବି ସୁରକ୍ଷିତ ନୁହେଁ । ତେଣୁ ବାଲି ହରଚଣ୍ଡୀ ରେ ଏକ ପୋଲିସ ଆଉଟ୍ ପୋଷ୍ଟ ବା ଫାଣ୍ଡି ପ୍ରସ୍ତୁତ କରାଯାଉ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ରହିବ ଯେ କେବଳ ପୁରୀ ଜିଲ୍ଲା ନୁହେଁ ବରଂ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ସୁରକ୍ଷିତ ରଖାଯାଉ । ସବୁଠି ପର୍ଯ୍ୟାପ୍ତ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଉ । ସମ୍ବେଦନଶୀଳ ଆଭିମୁଖ୍ୟକୁ ନେଇ ଯତ୍ନବାନ ହୁଅନ୍ତୁ ସରକାର । ବିଜେଡି ଆଉ ମଧ୍ୟ କହିଛି ଗତ ୨ ବର୍ଷ ହେବ ବହୁ ପର୍ଯ୍ୟଟନ ସ୍ଥଳରେ ପୋଲିସ ଫାଣ୍ଡି ପ୍ରସ୍ତୁତ କରିବା ପାଇଁ ଦାବି ଉଠିଛି । ପୂର୍ବରୁ ବାଲି ହରଚଣ୍ଡୀ ଠାରେ ଏକ ପୋଲିସ ଆଉଟ ପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ଡିଜି ଙ୍କ ପାଖରେ ଦାବି ମଧ୍ୟ କରାଯାଇଥିଲା । ନୂତନ ସରକାର ଆସିବା ପରେ ରାଜ୍ୟରେ ବଢୁଛି ନାରୀ ନିର୍ଯାତନା, ଛାତ୍ରୀ ଓ ଶିକ୍ଷାନୁଷ୍ଠାନ ସବୁ ଅସୁରକ୍ଷିତ ହୋଇପଡିଛି । ଭାରତରେ ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ନାହିଁ । ଏଥିପାଇଁ ଆମେରିକା ମଧ୍ୟ ନିଜର ମାର୍ଗଦର୍ଶିକା ଜାରି କରିଛି । ଓଡ଼ିଶାର ପରିଚୟକୁ ନେଇ ଏବେ ସଙ୍କଟ ସୃଷ୍ଟି ହୋଇଛି । ଗୋପାଳପୁର ଘଟଣା, ସୌମ୍ୟାଙ୍କ ନିଆଁ ନଲିଭୁଣୁ ଏବେ ପୁଣି ବ୍ରହ୍ମଗିରି ର ଏହି ଘଟଣା ସାଧାରଣରେ ଆଲୋଡ଼ନା ସୃଷ୍ଟି କରିଛି । ଏଥିପାଇଁ କେବଳ ପୁରୀ ନୁହେଁ ବରଂ ସମ୍ପୂର୍ଣ୍ଣ ରାଜ୍ୟ ନିନ୍ଦିତ । ସୂଚନା ଯୋଗ୍ୟ; ଗତ ଶନିବାର ଦିନ ୧୧ଟାରେ ପ୍ରେମୀଯୁଗଳ ବାଲିହରଚଣ୍ଡୀ ବୁଲିବାକୁ ଆସିଥିଲେ। ମା’ଙ୍କୁ ଦର୍ଶନ କରିସାରିବା ପରେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତ ମାନେ ସେମାନଙ୍କୁ ପିଛା କରିଥିଲେ। ସମୁଦ୍ର କୂଳକୁ ଯିବାକୁ ହେଲେ ଏକ ନଦୀ ପାର୍ ହେବାକୁ ପଡ଼ିଥାଏ। ସମ୍ପୃକ୍ତ ଯୁବକମାନେ ଉଭୟଙ୍କୁ ଡଙ୍ଗାରେ ନଦୀ ପାର୍ କରାଇଥିଲେ। ଏହାପରେ ଯୁବକମାନେ ପ୍ରେମିକକୁ ଏକ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ପ୍ରେମିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ତେବେ ଘଟଣାକୁ ନେଇ ପୀଡ଼ିତା ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଥିଲା। Post navigation ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର ୧୬କୁ ଘୁଞ୍ଚିଲା ଇନକମ୍ ଟ୍ୟାକ୍ସ ଫାଇଲିଂ