ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଲଗାଣ ବର୍ଷା ଯୋଗୁଁ ଗଜପତି ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ତପ୍ତପାଣି ଘାଟିରେ ଏକ ବଡ଼ଧରଣର ଭୂସ୍ଖଳନ ଘଟିଛି। ପାହାଡ଼ ଉପରୁ ପ୍ରକୃତିର ପ୍ରକୋପରେ ଅନେକ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଯାଇଥିବା ବେଳେ ସେଠାରେ ପ୍ରଖର ବେଗରେ ପାଣିର ସ୍ରୋତ ମଧ୍ୟ ବହିବାରେ ଲାଗିଛି। ଏହି ଭୂସ୍ଖଳନ କାରଣରୁ ତପ୍ତପାଣି ଘାଟିରେ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଳମ୍ବିତ ରାତିରୁ ଏହି ରାସ୍ତାରେ ଯାତ୍ରୀବାହୀ ବସ୍ ସମେତ ଅନେକ ଗାଡ଼ିମୋଟର ଅଟକି ରହିଥିବାରୁ, ଭୟ ଏବଂ ଅନିଶ୍ଚିତତା ଭିତରେ ଯାତ୍ରୀମାନେ ରାତି ତମାମ ନାହିଁ ନଥିବା ଦୁର୍ଦ୍ଦଶା ଭୋଗି ହନ୍ତସନ୍ତ ହୋଇଛନ୍ତି। Post navigation Schools To Remain Closed Today In Sundaragada: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ବନ୍ଦ Odisha Floods Situation: ବାତ୍ୟା ‘ଅର୍ଣ୍ଣବ’ର ପରେ ବନ୍ୟା ବିପ୍ଳବ: ବିପଦ ସଙ୍କେତ ଉପରେ ଋଷିକୁଲ୍ୟା ଓ ଘୋଡ଼ାହାଡ଼ ନଦୀ ଜଳସ୍ତର