ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପିସିସିର ଇସାରା ଦେଇଛନ୍ତି । ସେ କହିଛନ୍ତି ନୂଆପଡ଼ା ଉପ-ନିର୍ବାଚନରେ ଘାସିରାମ ମାଝୀ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ।  ଗତ ନିର୍ବାଚନରେ ସ୍ୱାଧୀନ ଭାବେ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ୧୫ ହଜାର ଭୋଟ୍ ପାଇଥିଲେ । ଘାସିରାମ ବାବୁ ଏବେ କଂଗ୍ରେସର ଜିଲ୍ଲା ସଂଯୋଜକ ଅଛନ୍ତି । ଆମର ପ୍ରାର୍ଥୀ ଚୟନ ଦଳର ହାଇକମାଣ୍ଡ କରିବେ । ଯେଉଁମାନେ ଭୟଭୀତ ସେମାନେ ଏବେଠୁ ମାର୍କେଟିଂ ଆରମ୍ଭ କରିଦେଲେଣି ।

ସୂଚନା ଯୋଗ୍ୟ; ଗତ ସାଧାରଣ ନିର୍ବାଚନରେ ନୂଆପଡ଼ାରୁ ସେତେବେଳର ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ଯାହାଫଳରେ କଂଗ୍ରେସ ଟିକେଟ୍ ଆଶାୟୀ ଘାସିରାମ ମାଝିଙ୍କର ଟିକେଟ୍ କଟିଥିଲା । ହେଲେ ତା ପରେ ବି ସେ ସ୍ୱାଧୀନ ଭାବେ ଠିଆ ହୋଇଥିଲେ ।

Leave a Reply

Your email address will not be published. Required fields are marked *