ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଦୁଇ ଦୁଇଥର ଗୁଳି ଚାଳନା ହୋଇଛି । ଉତ୍ତରପ୍ରଦେଶ ବରେଲୀ ସ୍ଥିତ ଘର ଉପରକୁ ୨୫ ଘଣ୍ଟା ମଧ୍ୟରେ ଦ୍ବିତୀୟ ଗୁଳିମାଡ଼ ହୋଇଛି ସୂଚନା । ସାମ୍ନାକୁ ଆସିଲା ସୁଟର୍ର ସ୍କେଚ୍ । ସୁଟରକୁ ଧରିବା ପାଇଁ ନୋଏଡା ଓ ମିରଟ୍ରେ STFର ରେଡ୍ କରାଯାଇଛି । ସୂଚନା ଯୋଗ୍ୟ; ଦିଶାଙ୍କ ବରେଲୀ ବାସଭବନରେ ତାଙ୍କ ପିତା ଜଗଦୀଶ ପଟାନୀ ରୁହନ୍ତି । ଶୁକ୍ରବା ରଭୋର ପ୍ରାୟ ୪ଟା ୩୦ ସମୟରେ ଦୁଇଟି ମୋଟର ବାଇକରେ ପ୍ରାୟ ପାଞ୍ଚ ଜଣ ଆସି ତାଙ୍କ ଘର ଉପରକୁ ଗୁଳି ଚାଳନା କରିଥିଲେ । ଏହା ପରେ ଜଗଦୀଶ ପଟାନୀ ବରେଲି ପୋଲିସକୁ ଖବର ଦେଇଥିଲେ । ଦିଶାଙ୍କ ଘରେ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ଏହାପରେ ପୁଣି ୨୫ ଘଣ୍ଟା ମଧ୍ୟରେ ଦ୍ବିତୀୟ ଗୁଳିମାଡ଼ ହୋଇଛି । ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଗୋଲ୍ଡି ବ୍ରାର ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରେ ହୋଇଥିବା ଗୁଳିମାଡରେ ନିଜକୁ ଦାୟୀ କରିଥିଲା। ପୋଲିସର କହିବା ଅନୁଯାୟୀ, ଏହି ଘଟଣା ହିନ୍ଦୁ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବିରୁଦ୍ଧରେ ଦିଆଯାଇଥିବା ମନ୍ତବ୍ୟ ସହିତ ଜଡିତ। ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧଚାର୍ଯ୍ୟ ମହାରାଜଙ୍କୁ ଅପମାନିତ କରିବା ଅଭିଯୋଗରେ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ କରାଯାଇଛି। ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି । Post navigation ରାଜ୍ୟରେ ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉ ନାହିଁ: ଆଇଏମ୍ଡି ଡିଜି ବିଜେଡି ଛାଡି ହାତ ଧରିଲେ ହରିଶଙ୍କର ରାଉତ