SSR will be done for Nuapada Bypoll
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ।ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
 
ବିଜ୍ଞପ୍ତି ଅନୁଯାୟୀ, ଆସନ୍ତାକାଲି ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ପରିବର୍ତ୍ତନ ହେବ ।
 
ଦାବି ଓ ଆପତ୍ତି ଦାଖଲ କରିବା ଅବଧି ସେପ୍ଟେମ୍ବର ୧୫ ତାରିଖରୁ ୨୯ ତାରିଖ ଥିବାବେଳେ ଅକ୍ଟୋବର ୭ ତାରିଖ ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ ହୋଇପାରିବ । ଅକ୍ଟୋବର ୯ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର୍ ତାଲିକା ।
 
ବିଜୁ ଜନତା ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ନୂଆପଡ଼ା ଆସନରୁ ଚାରିଥର ଜିତିଥିଲେ ରାଜେନ୍ଦ୍ର ଢୋଲକିଆ ।
SSR will be done for Nuapada Bypoll

By Nirvay

Leave a Reply

Your email address will not be published. Required fields are marked *