ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ନିଯୁକ୍ତି ମିଳିଥିବା ବେଳେ ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ବିଜୟ ଅମୃତ କୁଲାଙ୍ଗେ ବର୍ତ୍ତମାନ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ସେ ଏକକାଳୀନ ଦୁଇଟି ଦାୟିତ୍ୱ ତୁଲାଇବେ । ସେହିପରି ଆୟୁଷ ନିର୍ଦ୍ଦେଶକ ଥିବା ପ୍ରେମଜିତ ପଟ୍ଟନାୟକଙ୍କୁ ଏସିଏସଟି ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବଭାବେ ନୂତନ ଦାୟିତ୍ୱ ମିଳିଛି । ତାଙ୍କ ସ୍ଥାନରେ ଆଇଏଏସ୍ ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶଭାବେ ନିଯୁକ୍ତି ଦିଆଯାଇଛି । ଅଞ୍ଜନା ପଣ୍ଡା ବର୍ତ୍ତମାନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବଭାବେ କାର୍ଯ୍ୟକରୁଛନ୍ତି । ସେହିପରି ଅବକାରୀ କମିଶନର ଥିବା ପି ଅନ୍ୱେଷା ରେଡ୍ଡୀ ଆଇଜିଆରର ଅତିରିକ୍ତ ଦାୟିତ୍ୱ ତୁଲାଇବେ । Post navigation ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ୨୦୧୯ ବର୍ଷର ଓଏଏସ ଟପ୍ପର ଅଶ୍ବିନୀ ପଣ୍ଡା