ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଏକ ବଡ଼ ଧରଣର ମାଓ ଅପରେସନ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଭାଲୁଡ଼ିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏହି ମାଓଦମନ ଅପରେସନରେ ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କର ମୃତ ସୂଚନା ମିଳିଛି । ଭାସ୍କର ଓଡ଼ିଶା ପୋଲିସ ପାଇଁ ମଧ୍ୟ ମୋଷ୍ଟ ୱାଣ୍ଟେଡ୍ ଥିଲା ।କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼ (KKBN) ପାଇଁ ସେ କାମ କରୁଥିଲା । ସ୍ପେଶାଲ୍ ଟାସ୍କ ଫୋର୍ସ (STF – ଛତିଶଗଡ଼ ପୋଲିସର ଏକ ୟୁନିଟ୍), E-30 (ଜିଲ୍ଲା ପୋଲିସର ଏକ ୟୁନିଟ୍), ଏସଟିଏଫ୍, କୋବ୍ରାର ମିଳିତ ଟିମ ଏବଂ ଅନ୍ୟାନ୍ୟ ରାଜ୍ୟ ପୋଲିସ ୟୁନିଟ୍ ସହିତ ଜଡିତ କର୍ମଚାରୀମାନେ ଏହି ଅପରେସନରେ ସାମିଲ ଅଛନ୍ତି । Post navigation ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ; ୩ ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା ରାଜ୍ୟ କାର୍ଯ୍ୟାଳୟରେ ବିଜେପି ଯୁବ ମୋର୍ଚ୍ଚାର ‘ସେବା ପକ୍ଷ’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ