ବିଜେଡି ଛାଡ଼ିଲେ ଛାତ୍ରନେତା ହରିଶଙ୍କର ରାଉତ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ସୋସିଆଲ୍ ମିଡ଼ିଆରେ ସୂଚନା ଦେଇଛନ୍ତି । ସେ ତାଙ୍କର ତିନି ପୃଷ୍ଠାର ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ବିଜୁ ଯୁବ ଛାତ୍ର ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ହରିଶଙ୍କର ରାଉତ ଗୁରୁବାର ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି । ଏବେବି ବିଜେଡିକୁ କବ୍ଜା କରି ରଖିଛନ୍ତି ପାଣ୍ଡିଆନ । ଅଣଓଡ଼ିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି, ନବୀନ ଅନ୍ଧପୁଟୁଳି ବାନ୍ଧିଛନ୍ତି । ପାଣ୍ଡିଆନଙ୍କ ଯୋଗୁଁ ଆଜି ଦଳର ଏ ସ୍ଥିତି ହୋଇଛି । ତେଣୁ ନିର୍ବାଚନରେ ଲୋକେ ଜବାବ ଦେଲେ । ଏହା ସତ୍ତ୍ବେ ବି ନବୀନଙ୍କ ପାଣ୍ଡିଆନ ପ୍ରୀତି ଯାଇନି । ବିଜେଡିରେ କୋଟେରୀ ଗ୍ରୁପ୍ କାମ କରୁଛି, କିଛି ବରିଷ୍ଠ ନେତା ଅଛନ୍ତି । ବ୍ୟୋମକେଶ ରାୟଙ୍କ ସହ କିଛି ବରିଷ୍ଠ ନେତା ଏଥିରେ ସାମିଲ୍ ଅଛନ୍ତି । ଏସବୁ ନେତା ପାଣ୍ଡିଆନଙ୍କ ଚାମଚା ସାଜିଛନ୍ତି ଅଣଓଡ଼ିଆର ଗୁଣଗାନ କଲେ ପଦପଦବୀ ମିଳିବ । ଶାଗପଖାଳ ଖିଆ ସ୍ୱାଭିମାନୀ ଓଡ଼ିଆ ହେବି ପଛେ, ଅଣଓଡ଼ିଆର କ୍ରୀତଦାସ ହେବାକୁ ଉଚିତ ମନେ କଲି ନାହିଁ । କିଛିଦିନ ତଳେ ହରିଶଙ୍କର ସୋସିଆଲମିଡିଆରେ ଅସନ୍ତୋଷ ପ୍ରକାଶ କରିଥିଲେ । ଛାତ୍ର ସଭାପତି ହେବା ନେଇ ବିଜେଡି ତାଙ୍କୁ ବାରମ୍ୱାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା କଥା ସେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ । Post navigation ଲୋକାୟୁକ୍ତ ଅଚଳ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍ ୧୬ରେ ବସିବ ସର୍ବଦଳୀୟ ବୈଠକ