ବାଣୀବିହାର କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ।ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା ହେବା ପରେ ଖାଲି କରାଯାଉଛି କ୍ବାର୍ଟର୍ସ । ଅନଧିକୃତ ଭାବେ ମାଡ଼ି ବସିଥିବା କ୍ବାର୍ଟର୍ସକୁ ଆଜି ଖାଲି କରାଯାଉଛି । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି ସେମାନେ ବାହାରିବା ପାଇଁ ୯ ତାରିଖରେ ନୋଟିସ କରିଥିଲା ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଶାସନ। ଆଜି ସେମାନଙ୍କୁ ବାହାର କରାଯାଉଛି। ସୂଚନା ଯୋଗ୍ୟ; ଦୀର୍ଘଦିନ ଧରି ବାଣୀବିହାର ଛାତ୍ରାବାସ ଥିଲା ଅଣଛାତ୍ରଙ୍କ କବଜାରେ । ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଦେଖାଦେଇଥିଲା । ବାଣୀବିହାରରୁ ବସ୍ତି ହଟାଇବା ସହ ଭଡ଼ାରେ ଲାଗିଥିବା ସରକାରର କ୍ବାଟର୍ସଗୁଡ଼ିକୁ ମୁକ୍ତ କରିବାକୁ ଦାବି କରିଥିଲେ ଛାତ୍ର। Post navigation ନେପାଳରେ ବଢ଼ିଲା କର୍ଫ୍ୟୁ ଲୋକାୟୁକ୍ତ ଅଚଳ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍