ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା । ନାଁ ନନେଇ ପାଣ୍ଡିଆନଙ୍କ ବସ୍ ରାଜ ଉପରେ ପରୋକ୍ଷରେ ବର୍ଷିଲେ ଅରୁଣ ସାହୁ । ପାଣ୍ଡିଆନଙ୍କ ହାକିମାତିକୁ ଭିନ୍ନ ଢଙ୍ଗରେ କଲେ ଟାର୍ଗେଟ । ଭୁବନେଶ୍ୱରରେ ଆୟୋଜିତ ଏକ ଗୁରୁଦିବସ ଉତ୍ସବରେ ଯୋଗ ଦେଇ ଅରୁଣ କହିଛନ୍ତି, ବାବୁ ପଣିଆ ଦେଖେଇ ହାକିମାତି କରିବା ଆଉ ଅର୍ଡର କରିବା କାମ ସମସ୍ତେ କରି ପାରିବେ । ନିଜର ଶ୍ରେଷ୍ଠତ୍ୱ ପ୍ରତି ପାଦନ କରିବାକୁ ଯାଇ ଅନ୍ୟକୁ ନୀଚା ଦେଖେଇବାଟା ସମସ୍ତଙ୍କ ହାତରେ ହୋଇ ପାରିବ କିନ୍ତୁ ନମ୍ରତା ଠାରୁ ବଡ ବିଭୂଷଣ କିଛି ନାହିଁ ବୋଲି ଅରୁଣ ସାହୁ କହିଛନ୍ତି । ବାର୍ଦ୍ଧକ୍ୟ ଏକ ଅଭିଶାପ ନୁହେଁ ଆଶୀର୍ବାଦ, ମନ ଭିତରେ ବିଦ୍ରୋହର ନିଆଁ ଜଳୁଛି, ଓଡ଼ିଶାର ଦୁର୍ଗତି ପଛରେ ଯିଏ, ତାଙ୍କର ମୁଖା ଖୋଲିବି ବୋଲି ସାହୁ ପାଣ୍ଡିଆନଙ୍କୁ କଟାକ୍ଷ କରି କହିଛନ୍ତି । Post navigation ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଗୋଟିଏ ବୋର୍ଡରେ ଚାଲିବ ପ୍ରଥମରୁ ଦ୍ୱାଦଶ ୨୦ ତାରିଖ ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାମ