ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୋଲକାତାରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ପାଗ ଖରାପ ଯୋଗୁ ଭୁବନେଶ୍ୱର ବଦଳରେ ଯାଇଥିଲେ କୋଲକାତା । ଦିଲ୍ଲୀରୁ ଭୁବନେଶ୍ୱର ଏୟାରପୋର୍ଟରେ ନ ଓହ୍ଲାଇ ପାରି କୋଲକାତାରେ କରିଥିଲେ ଅବତରଣ । ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏୟାର୍ ଇଣ୍ଡିଆ AI-473 ବିମାନରେ ନୂଆଦିଲ୍ଲୀରୁ ଫେରୁଥିଲେ ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ଭୁବନେଶ୍ବର ପହଞ୍ଚିବା ପରେ ବିମାନବନ୍ଦରରେ GST ହ୍ରାସକୁ ନେଇ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି GSTରେ ସଂସ୍କାର ଦ୍ଵାରା ମଧ୍ୟବିତ୍ତ ପରିବାରକୁ ଲାଭ ହେବ । GST କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଆଣିଛନ୍ତି ମୋଦି ସରକାର । କେବଳ ୨ଟି ସ୍ଲାବ କାର୍ଯ୍ୟକାରୀ ଦ୍ବାରା ସମସ୍ତେ ଲାଭବାନ ହେବେ । କେନ୍ଦୁପତ୍ର ଓ କୋଇଲା କ୍ଷେତ୍ରରେ GST ହ୍ରାସ ଓଡ଼ିଶାକୁ ଲାଭ ଦେବ । ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ । ସେହିପରି କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ ।

Leave a Reply

Your email address will not be published. Required fields are marked *