ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସ୍‌ମିଟ୍ । ଅଭିଯୋଗ ଆସିଥିବା ବିହାର ପ୍ରସଙ୍ଗରେ ମଧ୍ୟ ରଖିଲେ ସ୍ପଷ୍ଟୀକରଣ । ନିର୍ବାଚନ ଆୟୋଗ କହିଛନ୍ତି,  ନିର୍ବାଚନ କମିଶନଙ୍କର କେହି ପକ୍ଷ କିମ୍ବା ବିପକ୍ଷ ଦଳ ନାହାନ୍ତି କି କୌଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ । ବିହାରର ୭ କୋଟିରୁ ଊର୍ଦ୍ଧ୍ବ ମତଦାତା କେବେ ପ୍ରଶ୍ନ କରି ନାହାନ୍ତି । ଭୋଟ ଚୋରି ପରି ଅପଶଦ୍ଦ ବ୍ୟବହାର କରି ଭ୍ରମିତ କରାଯାଉଛି । ସାମ୍ବିଧାନିକ ଅଧିକାରରୁ ନିର୍ବାଚନ ଆୟୋଗ ପଛଘୁଞ୍ଚା ଦେବେ ନାହିଁ ।

ସିଇସି ଆଉ ମଧ୍ୟ ନିର୍ବାଚନ କମିଶନ କହିଛନ୍ତି ମିଥ୍ୟା ଆରୋପରେ କେବେ ନିର୍ବାଚନ ଆୟୋଗ ଡରିଯିବେ ନାହିଁ। ବିହାରରେ SIR ଚାଲିଛି, ୧.୬ ଲକ୍ଷ ବୁଥସ୍ତରୀୟ ଏଜେଣ୍ଟ ଡ୍ରାଫ୍ଟ ତାଲିକା କରିଛନ୍ତି । ସମସ୍ତ ରାଜନୈତିକ ଦଳର ବୁଥସ୍ତରୀୟ ଏଜେଣ୍ଟ ଯାଞ୍ଚ କରି ଦସ୍ତଖତ କରିଛନ୍ତି । ଭୋଟରମାନେ ମୋଟ ୨୮,୩୭୦ ଦାବି ଏବଂ ଆପତ୍ତି ଦାଖଲ କରିଛନ୍ତି । ସଂଶୋଧନ ଶେଷ ହେବା ପାଇଁ ଆହୁରି ୧୫ ଦିନ ବାକି ରହିଛି ।

ଅନେକ ଭୋଟରଙ୍କ ଫଟୋ ମିଡିଆରେ ସେମାନଙ୍କ ଅନୁମତି ବିନା ବାହାରିଛି । ସେମାନଙ୍କ ଫଟୋ ଦେଖାଇ ଅଭିଯୋଗ କରାଯାଇଛି, ହେବା କଥା ନୁହେଁ । ଲୋକସଭା ନିର୍ବାଚନରେ ୧ କୋଟିରୁ ଊର୍ଦ୍ଧ୍ବ କର୍ମଚାରୀ ସାମିଲ୍‌ ଥିଲେ । ୧୦ ଲକ୍ଷରୁ ଊର୍ଦ୍ଧ୍ବ ବୁଥ୍‌ ଏଜେଣ୍ଟ, ୨୦ ଲକ୍ଷରୁ ଊର୍ଦ୍ଧ୍ବ ପୁଲିଂ ଏଜେଣ୍ଟ ସାମିଲ ଥିଲେ । ଏତେ ସ୍ବଚ୍ଛତା ଭିତରେ ଭୋଟ୍‌ ଚୋରି ସମ୍ଭବ କି ବୋଲି ପ୍ରଶ୍ନ କଲେ ECI । ଡବଲ ଭୋଟ୍‌ ନେଇ ଅଭିଯୋଗ ଆସୁଛି, ପ୍ରମାଣ ମାଗିଲେ ମିଳୁନି । ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୀତି ଉଦ୍ୟମ ହେଉଛି । ତେଣୁ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ସବୁ ବର୍ଗର ଭୋଟରଙ୍କ ଆମେ ରହିଛୁ । ରେଜଲ୍ଟ ପ୍ରକାଶର ୪୫ ଦିନ ଭିତରେ ଅଭିଯୋଗ ଥିଲେ କୋର୍ଟ ଯାଇପାରିବେ । ୪୫ ଦିନ ପରେ ଅଭିଯୋଗ କଲେ ତାହା ଭିତ୍ତିହୀନ ବୋଲି ଧରାଯିବ ।ଏତେ ଦିନ ପରେ ଯେଉଁ ଅଭିଯୋଗ ଆସୁଛି, ଲୋକେ ତାହା ବୁଝିପାରୁଥିବେ ।

Leave a Reply

Your email address will not be published. Required fields are marked *