ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବାସ ଭବନରେ ଭୁବନେଶ୍ୱର ସ୍ଥିତ ଭୀମ ଭୋଇ ଦୃଷ୍ଟି ହୀନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ସ୍ୱାଧୀନତା ଦିବସ -୨୦୨୫ ପାଳନ କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି  ସ୍ୱାଧୀନତା ଦିବସ ଆମ ସମସ୍ତଙ୍କୁ ମନେ ପକାଇ ଦିଏ ଯେ ଆମେ ଅନେକ ତ୍ୟାଗ ଏବଂ ସଂଘର୍ଷ ପରେ ଏହି ସ୍ୱାଧୀନତା ପାଇଛୁ । ଆଜି ଏହି ଅବସରରେ ଆସନ୍ତୁ ଆମେ ସମସ୍ତେ ଦେଶର ଏକତା, ଅଖଣ୍ଡତା ଏବଂ ପ୍ରଗତି ପାଇଁ କାମ କରିବା ନିମନ୍ତେ ସଂକଳ୍ପ ନେବା ।

Leave a Reply

Your email address will not be published. Required fields are marked *