ଭୁବନେଶ୍ବରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ଦିନକୁ ଦିନ ରାଜ୍ୟରେ ଗୋଟେ ପରେ ଗୋଟେ ଆତ୍ମାହୁତି ମାମଲା ସାମ୍ନାକୁ ଆସିବାରେ ଲାଗିଛି । ବଢୁଥିବା ଆତ୍ମାହୁତି ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ରାଜଧାନୀ ଭୁବନେଶ୍ୱରରେ ଆତ୍ମାହୃତି ଉଦ୍ୟମ କରିଛନ୍ତି ଜଣେ ଯୁବକ ।  ଖଣ୍ଡଗିରି ଥାନା ଅଧୀନ ଏକ ଘରୋଇ କଲେଜ ପରିସରରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି । ତେବେ ସମ୍ପୂକ୍ତ ଯୁବକ ଘରୋଇ କଲେଜରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଯୁବକଙ୍କ ଶରୀରର ୧୫% ପୋଡ଼ିଯାଇଛି । ଯୁବକଙ୍କୁ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ପୋଡ଼ି ଆହତ ହୋଇଥିବା ଯୁବକଙ୍କ ଘର ଯାଜପୁର ବିଂଝାରପୁର ହୋଇଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ର କରି ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave a Reply

Your email address will not be published. Required fields are marked *