ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଚରା ଉଚୁରା ପରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ପୋଲିସ ଗିରଫ କରିଛି । ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଏସପି । କେନ୍ଦ୍ରାପଡା ଏସପି କହିଛନ୍ତି ଘଟଣାର କିଛି ସମୟ ପୂର୍ବରୁ ଯୁବତୀଙ୍କ ସହ କଥା ହୋଇଥିଲେ ପ୍ରମୋଦ । ଏହା ସହ ଜୁଲାଇ ୧୭ରେ ଅଶ୍ଳୀଳ ଭିଡିଓ ଯୁବତୀଙ୍କ ବାପାଙ୍କ ପାଖକୁ ପଠାଇଥିଲେ। ଆଉ ୨ ଜଣଙ୍କ ମୋବାଇଲକୁ ମଧ୍ୟ ଭାଇରାଲ୍ ଉଦ୍ଦେଶ୍ୟରେ ପଠାଇଥିଲେ। ସେହିପରି କାଠିଆପଡାରେ ଏକ ପଡୋଶୀଙ୍କ ଘରେ ଲାଗିଥିବା ସିସିଟିଭିରୁ ଆଉ କିଛି ତଥ୍ୟ ହସ୍ତଗତ ହୋଇଛି । ମୃତକଙ୍କ ବାପା ଘରୁ ଯିବାର ଏବଂ ଫେରିବାର ଦୃଶ୍ୟ ମଧ୍ୟ ହସ୍ତଗତ ହୋଇଛି । ସେହିଦିନ ୧୧ଟା ୪୦ ବେଳେ ଗାଁ ଲୋକଙ୍କ ଧାଁ ଦୌଡ଼ ସାମ୍ନାକୁ ଆସିଛି । ଏବେ ସିସି କ୍ୟାମେରା ଘଟଣା ଉପରୁ ପରଦା ହଟାଇବ ବୋଲି ଆଶା କରାଯାଉଛି । କାରଣ ବାପା, ମାଆ ନିଜ ବୟାନରେ କହିଥିବାର ସମୟ ଏବଂ ସିସି କ୍ୟାମେରାରେ ରେକର୍ଡ ହୋଇଥିବା ସମୟ ମଧ୍ୟରେ ପାର୍ଥକ୍ୟ ରହିଛି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଗରେ ଶତାଧିକ ଲୋକଙ୍କ ଧାରଣା ଦେଇଛନ୍ତି । କାଠିଆପଡ଼ା ପୀଡ଼ିତାଙ୍କ ପୁରୁଷ ବନ୍ଧୁ ପରିବାର ଲୋକଙ୍କ ସହ ଶତାଧିକ ଲୋକେ ଧାରଣା ଦେଇଥିବା ଦେଖା ଯାଇଛି । ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ବାପା । ସେ କହିଛନ୍ତି ମୋ ପୁଅ ପ୍ରତି ଅନ୍ୟାୟ ହୋଇଛି, ଏବେ ରାଜନୀତି ହେଉଛି ।ମୁଁ ଗରିବ ବୋଲି ନ୍ୟାୟ ପାଉନି, ବାଧ୍ୟ ହୋଇ ଆତ୍ମହତ୍ୟା କରିବି । Post navigation ବଳଙ୍ଗାରେ କଂଗ୍ରେସର ନାରୀ ନ୍ୟାୟ ପଦଯାତ୍ରା ବେଙ୍ଗାଲୁରୁରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ