Karnataka CEO Responds To Rahul Gandhi's ‘Duplicate Voter’ Allegations
କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ରାହୁଲ ଗାନ୍ଧୀଙ୍କୁ ଏକ ନୋଟିସ ଦେଇ ଭୋଟର ତାଲିକାରେ ହେରଫେର ଅଭିଯୋଗ ଉପରେ ଏକ ସତ୍ୟପାଠ ମାଗିଛନ୍ତି ।
 
କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ପ୍ରତିନିଧି ଦଳକୁ ଶୁକ୍ରବାର ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ସାକ୍ଷାତ କରିବାକୁ ସମୟ ମଧ୍ୟ ଦେଇଛନ୍ତି ।
 
ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ନକଲି ଭୋଟର୍ ତାଲିକା ନେଇ ରାହୁଲ ଅଭିଯୋଗ ଆଣିବା ପରେ ସିଇଓ ରାହୁଲ ଗାନ୍ଧୀଙ୍କୁ ଭୋଟର ତାଲିକାରୁ ଅନ୍ତର୍ଭୁକ୍ତ କିମ୍ବା ବାଦ ଦିଆଯାଇଥିବା ବ୍ୟକ୍ତିଙ୍କ ନାମ ଏବଂ କ୍ରମିକ ସଂଖ୍ୟା ସହିତ ଏକ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି ।
 
ଭୁଲ ସୂଚନା ପ୍ରଦାନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ମଧ୍ୟ ସେ ସତ୍ୟପାଠରେ ଘୋଷଣା କରିବାକୁ ପଡିବ ବୋଲି ସିଇଓ ଚେତାବନୀ ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *