ଟାରିଫ୍ ବିବାଦ ମଧ୍ୟରେ ପରୋକ୍ଷରେ ଟ୍ରମ୍ପ୍‌ଙ୍କୁ ମୋଦିଙ୍କ କଡ଼ା ବାର୍ତ୍ତା । ଦିଲ୍ଲୀରେ ସ୍ବାମୀନାଥନ ଶତାବ୍ଦୀ ସମାରୋହ ଉତ୍ସବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ପ୍ରତି ଶୁଳ୍କ ଧମକର କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ପ୍ରଧାନମନ୍ତ୍ରୀ କହିଛନ୍ତି ଚାଷୀଙ୍କ ସ୍ବାର୍ଥ ସହ କେବେ ସାଲିସ୍‌ କରାଯିବ ନାହିଁ । ଆମ ପାଇଁ, ଆମର କୃଷକଙ୍କ ସ୍ୱାର୍ଥ ଆମର ସର୍ବୋଚ୍ଚ ପ୍ରାଥମିକତା। ଭାରତ କେବେବି ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ସହିତ ସାଲିସ କରାଯିବ ନାହିଁ ।

ଆମେରିକା କିମ୍ବା ଟ୍ରମ୍ପଙ୍କ ନାମ ନ ନେଇ ମୋଦି କହିଛନ୍ତି ଏପରି ମତ ରଖିବାର ମୂଲ୍ୟ ସେ ଜାଣନ୍ତି। ମୁଁ ଜାଣେ ଆମକୁ ଏଥିପାଇଁ ବହୁତ ମୂଲ୍ୟ ଦେବାକୁ ପଡିବ ଏବଂ ମୁଁ ଏଥିପାଇଁ ପ୍ରସ୍ତୁତ । ଭାରତ ଏଥିପାଇଁ ପ୍ରସ୍ତୁତ ।

ସୂଚନା ଯୋଗ୍ୟ; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଟ୍ରମ୍ପ ପୂର୍ବରୁ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। କିନ୍ତୁ ପରେ ଏହାକୁ ଆହୁରି ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଭାରତ ଦ୍ୱାରା ରୁଷରୁ ତେଲ କିଣିବା ଉପରେ ସେ କ୍ରୋଧିତ ଏବଂ ଅନେକ ଥର ଧମକ ଦେଇଛନ୍ତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଟାରିଫ୍‌କୁ ଆହୁରି ବୃଦ୍ଧି କରାଯାଇପାରେ ଟ୍ରମ୍ପ କହିଛି। ଯାହା ବିଶ୍ୱର ଯେକୌଣସି ଦେଶ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ସର୍ବାଧିକ ଶୁଳ୍କ ମଧ୍ୟରେ ଅନ୍ୟତମ।

Leave a Reply

Your email address will not be published. Required fields are marked *