ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ବାଦଲଫଟା ବର୍ଷାରେ ଛିନ୍ନବିଚ୍ଛିନ୍ନ ହୋଇଯାଇଛି ଉତ୍ତରକାଶୀର ଧରାଲି ଗାଁ । କ୍ଷୀର ଗଙ୍ଗା ନଦୀର ଉପର ଭାଗରେ ବାଦଲଫଟା ବର୍ଷା ପାଇଁ ଭାସିଗଲା ସମ୍ପୂର୍ଣ୍ଣ ଗାଁ ଭାସିଯାଇଛି । ଆଜି ପ୍ରାୟ ୨ ଟା ସମୟରେ ହୋଇଥିବା ଭୟଙ୍କର ବର୍ଷାରେ ପାହାଡ଼ ଧସିଥିଲା ଫଳରେ ଘରଦ୍ୱାର, ହୋଟେଲ୍, ଲଜ୍, ଦୋକାନ ଆଦିକୁ ଭସାଇ ନେଇଛି । ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ୫୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଲା ବାଦଲଫଟା ବର୍ଷାର ଭୟଙ୍କର ଦୃଶ୍ୟ ।

ଘଟଣାସ୍ଥଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେନା, ଆଇଟିବିପି ଏବଂ ଏନଡିଆରଏଫ୍ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଆନୁଷ୍ଠାନିକ ସୂଚନା ଦିଆଯାଇଥିବା ବେଳେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ତେଣୁ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର କରି କରାଯାଇଛି ୦୧୩୭୪୨୨୨୧୨୬ ଓ ୯୪୫୬୫୫୬୪୩୧ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *