ବଳଙ୍ଗା ଘଟଣାରେ ନାବାଳିକାଙ୍କୁ କିରୋସିନ ଢାଳି ଜାଳିଦେବା ଘଟଣାରେ ଓଡ଼ିଶା ପୋଲିସ ଏକ ବଡ଼ ଖୁଲାସା କରିଛି । ପୀଡିତାଙ୍କ ମୃତ୍ୟୁରେ କାହାର ସମ୍ପୃକ୍ତି ନଥିବା ସ୍ପଷ୍ଟ କରିଛି ଓଡ଼ିଶା ପୋଲିସ । ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି । ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି ବୋଲି ପୋଲିସ କହିଛି । ଏଣୁ ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦେବାକୁ ପୋଲିସ ପକ୍ଷରୁ ଟ୍ୱିଟ କରି ସମସ୍ତଙ୍କୁ ଅନୁରୋଧ କରାଯାଇଛି । କହିରଖୁଛୁ ଯେ, ତଦନ୍ତ ପ୍ରକ୍ରିୟାରେ ପୋଲିିସ ପୀଡ଼ିତାଙ୍କ ବୟାନ ଚାରି ଥର ରେକର୍ଡ କରିଥିଲା । ଶେଷ ବୟାନଟି ସଫଦରଜଙ୍ଗ ଅଦାଲତର ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି ସହ ରେକର୍ଡ ହୋଇଥିଲା । Post navigation ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ସାତ ଦିନରେ ଦୃର୍ବୁତ୍ତ ଧରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ: ଭକ୍ତ ଦାସ