ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ । ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଚଳିତ ମାସରେ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଗଣତିମଣତି ହେବ । ସେଥିପାଇଁ ୨ ଜଣ ଏକ୍ସପର୍ଟ ଦେବା ପାଇଁ ଆରବିଆଇକୁ ଚିଠି ଲେଖିଛନ୍ତି ସରକାର । ଆରବିଆଇ ୨ ଜଣ ଏକ୍ସପର୍ଟଙ୍କ ନାଁ ମଧ୍ୟ ଦେଇଛନ୍ତି । ଆରବିଆଇର ୨ ଜଣ ଏକ୍ସପର୍ଟଙ୍କ ଦ୍ୱାରା ରତ୍ନଭଣ୍ଡାର ଗଣତିମଣତି ହେବ ।

ଆଇନ୍ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ । କମିଟି ଅନୁମତିରେ ରତ୍ନ ସବୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ସେ ପ୍ରକ୍ରିୟା ସରିବା ପରେ ଆରବିଆଇ ଅଧିକାରୀଙ୍କୁ ତାରିଖ ଜଣାଯିବ । ଏହାପରେ ଏକ୍ସପର୍ଟ ଆସି ଗଣତିମଣତି କରିବେ ।

ସୂଚନା ଯୋଗ୍ୟ, ଶ୍ରୀମନ୍ଦିରରେ ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର କାମ ସମ୍ପୂର୍ଣ୍ଣ ହୋଇସାରିଛି । ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ନୂତନ ତାଲିକା ପ୍ରସ୍ତୁତ କରାଯିବ । ଏକ ଉଚ୍ଚସ୍ତରୀୟ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଆରବିଆଇ ପ୍ରତିନିଧିଙ୍କ ଉପସ୍ଥିତିରେ ଗଣତିମଣତି ହେବ । ସେହି ଅଳଙ୍କାରକୁ ରଖିବାକୁ ନୂତନ ସିନ୍ଦୁକ ମଧ୍ୟ ପ୍ରସ୍ତୁତ କରାଯାଇଛି ।

Leave a Reply

Your email address will not be published. Required fields are marked *