ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ‘ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ’ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ଏକ ସପ୍ତାହ ବ୍ୟାପି ‘ଆକାଂକ୍ଷା ହାଟ ଅଭିଯାନ’ ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି ।
 
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସପିରେସନାଲ୍ ଜିଲ୍ଲା ଓ ବ୍ଲକ ମାନଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପୁରସ୍କାର ଆଜି ପ୍ରଦାନ କରିଛନ୍ତି । ଆସପିରେସନାଲ୍ ଜିଲ୍ଲାମାନଙ୍କ ମଧ୍ୟରୁ ମାଲକାନଗିରି ଓ ନବରଙ୍ଗପୁର ସ୍ଵର୍ଣ୍ଣ ପଦକ, କନ୍ଧମାଳ ଓ କୋରାପୁଟ ରୌପ୍ୟ ପଦକ, ଏବଂ ଢେଙ୍କାନାଳ, ଗଜପତି, କଳାହାଣ୍ଡି ଓ ନୂଆପଡ଼ା କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ଆସପିରେସନାଲ୍ ବ୍ଲକ୍ କାର୍ଯ୍ୟକ୍ରମରେ ଖୈରପୁଟ, ମାଥିଲି, ଚିତ୍ରକୋଣ୍ଡା ଓ ଡାବୁଗାଁ – ଏହି ଚାରିଟି ବ୍ଲକ୍ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଅନ୍ୟ ୭ଟି ବ୍ଲକ ରୌପ୍ୟ ପଦକ, ଏବଂ ୩ଟି ବ୍ଲକ କାଂସ୍ୟ ପଦକ, ଏବଂ ୧୧ଟି ବ୍ଲକ ତାମ୍ର ପଦକ ପାଇଛନ୍ତି ।
 
ଉତ୍କର୍ଷ ପ୍ରଦର୍ଶନ ପାଇଁ ପୁରସ୍କୃତ ଜିଲ୍ଲା ଏବଂ ବ୍ଲକର ଅଧିକାରୀ ମାନଙ୍କୁ ଶୁଭେଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ରାଜ୍ୟ ନିମନ୍ତେ ଗୌରବର ବିଷୟ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ସମସ୍ତ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ କ୍ରମାଗତ ଭାବେ ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କହୁଛନ୍ତି। ରାଜ୍ୟର ଦଶଟି ଜିଲ୍ଲା ସାମୂହିକ ଭାବେ ୧୬୫ କୋଟି ଟଙ୍କା ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ଯେଉଁ ଜିଲ୍ଲାଗୁଡିକ ଆଶାନୁରୂପ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହାନ୍ତି, ସେମାନେ ନିରାଶ ନ ହୋଇ ଆହୁରି ଅଧିକ କଠିନ ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
Odisha CM attends Sampurnata Abhiyan Samman Samaroh, Launches “Aakanksha Haat Abhiyan”
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆସ୍ପିରେସନାଲ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ଏକ ସଫଳ ମଡେଲ ସାବ୍ୟସ୍ତ ହୋଇଛି ବୋଲି କହିବା ସହିତ ଆଗାମୀ ଦିନ ମାନଙ୍କରେ ଆକାଂକ୍ଷୀ ଜିଲ୍ଲା ମାନଙ୍କର ଆକାଂକ୍ଷା ପୂରଣ ହେବ ବୋଲି କହିଛନ୍ତି ।
 
ସେ ପୁଣି କହିଥିଲେ, ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ୨୦୧୮ ଜାନୁୟାରୀ ମାସରେ ଶୁଭାରମ୍ଭ କରିଥିଲେ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳତା ପରେ ୨୦୨୩ ଜାନୁୟାରୀରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା । ଓଡ଼ିଶାର ମଧ୍ୟ ୧୦ଟି ଜିଲ୍ଲାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ADP) ଏବଂ ୧୬ଟି ଜିଲ୍ଲାର ୨୯ଟି ବ୍ଲକରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ABP) କାର୍ଯ୍ୟକାରୀ ହେଉଅଛି। ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପୂର୍ଣ୍ଣତା ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ, ସାରା ଭାରତବର୍ଷର ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକଗୁଡ଼ିକରେ ୨୦୨୪ ମସିହା ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ଯରେ କାର୍ଯ୍ୟକାରୀ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *