ପ୍ରଥମଥର ପାଇଁ ଓଡ଼ିଶାରେ ହେବ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ । ଅଗଷ୍ଟ ୨୯ ଓ ୩୦ରେ ଅନୁସୂଚିତ ଜାତି/ଜନଜାତି ସଂସଦୀୟ କମିଟି ସମ୍ମିଳନୀ । ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିବେ ପ୍ରତିନିଧି । ସବୁ ବିଧାନସଭା କମିଟି ଅଧ୍ୟକ୍ଷ, ୫ ସଦସ୍ୟ, ୪ ବିଧାୟକ ଯୋଗ ଦେବେ । ଅନୁସୂଚିତ ଜାତି/ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ ସଦସ୍ୟ ଯୋଗଦେବେ । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଧାନସଭା ସଚିବ ସତ୍ୟବ୍ରତ ରାଉତ । ସେ କହିଛନ୍ତି ଓଡ଼ିଶାରେ ହେବାକୁ ଥିବା ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଜାତୀୟ ସମ୍ମିଳନୀର ଉଦ୍ଘାଟନ କରିବେ। ଲୋକସଭା ବାଚସ୍ପତିଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଏଥିରେ ଯୋଗଦେବେ। ୧୯୯୪ ପରେ ପ୍ରଥମ କରି ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେବାକୁ ଯାଉଛି। Post navigation ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ୨୫ ଲକ୍ଷ ଟଙ୍କା ଠକିବା ମାମଲା: ଅଭିଯୁକ୍ତ ଗିରଫ ରାଜ୍ୟ ସ୍ତରୀୟ “ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ” ଆୟୋଜିତ; “ଆକାଂକ୍ଷା ହାଟ ଅଭିଯାନ” ର ଶୁଭାରମ୍ଭ