ଅପରେସନ୍ ମହାଦେବରେ ବଡ଼ ସଫଳତା । ପହଲଗାମ ନରସଂହାରରେ ସାମିଲ ଥିବା ୩ ସନ୍ଦିଗ୍ଧ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଥିବା ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମୌସୁମୀ ଅଧିବେଶନ ସମୟରେ ଲୋକସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଜମ୍ମୁ-କଶ୍ମୀରର ଶ୍ରୀନଗରର ଦୀର୍ଘ ସମୟର ଜୋରଦାର ଗୁଳି ବିନିମୟ ପରେ ଆର୍ମି, ସିଆରପିଏଫ୍, ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନରେ ‘ପହଲଗାମ’ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ୩ ଆତଙ୍କବାଦୀ (ହାସିମ ମୁସା ଓରଫ ସୁଲେମାନ, ଆଫଗାନ ଏବଂ ଜିବ୍ରାନ) ଙ୍କୁ ‘ଅପରେସନ୍ ମହାଦେବ’ ଅଧୀନରେ ନିପାତ କରାଯାଇଛି । ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସମ୍ମୁଖରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ସେମାନଙ୍କୁ ଘରେ ପଶି ମାରିଲୁ ଆଉ ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ଖୋଜି ଖୋଜି ମାରିଲୁ ବୋଲି ଗୃହମନ୍ତ୍ରୀ କହିଛନ୍ତି । ସେ ପୁଣି କହିଛନ୍ତି ଯେ ଜବତ ରାଇଫଲ ଓ ଖୋକାରୁ ସ୍ପଷ୍ଟ ହୋଇଥିଲା ସେମାନେ ପହଲଗାମ ଆତଙ୍କୀ ଥିଲେ । ୩ ଆତଙ୍କୀ ୨ଟି ଏକେ-୪୭ ଓ ଗୋଟିଏ କାର୍ବାଇନ ବ୍ୟବହାର କରିଥିଲେ । ଯିଏ ଏହି ୩ ଆତଙ୍କୀଙ୍କୁ ଆଶ୍ରୟ ଦେଇଥିଲେ NIA ପୂର୍ବରୁ ତାଙ୍କୁ ଗିରଫ କରି ସାରିଛି । ୩ ଆତଙ୍କୀଙ୍କ ମରଶରୀର ଶ୍ରୀନଗରରେ ପହଞ୍ଚିବା ପରେ ଚିହ୍ନଟ ହୋଇସାରିଛି । ସେମାନେ ବ୍ୟବହାର କରିଥିବା କାଟ୍ରିଜର FSL ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଚଣ୍ଡିଗଡ଼ରେ ହୋଇଥିବା ଟେଷ୍ଟରୁ ପୂରା ପ୍ରମାଣିତ ହୋଇଛି ବୋଲି ଅମିତ ଶାହ କହିଛନ୍ତି । Post navigation ଦେଓଘରରେ ମର୍ମନ୍ତୁଦ ଦୁର୍ଘଟଣା: ୧୮ କାଉଡ଼ିଆ ମୃତ ଚଷମାରେ ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଯୁବକ