ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ଅନ୍ତେବାସୀଙ୍କୁ ରାଗିଂ ଅଭିଯୋଗ ପରେ ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ୍ ଛାଡ଼ିବାକୁ ନିର୍ଦ୍ଦେଶ । ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ରଙ୍କ ରାଗିଂ ଅଭିଯୋଗ ପରେ ଆଣ୍ଟି ରାଗିଂ କମିଟି ପକ୍ଷରୁ ନିଆଗଲା ପଦକ୍ଷେପ । ରାଗିଂ କରିଥିବା ୟୁଜି ତୃତୀୟ ବର୍ଷର ୧୦ ଜଣ ଛାତ୍ରଙ୍କୁ ଛାତ୍ରାବାସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ରାଗିଂ ଅଭିଯୋଗ ଆଣିଥିବା ଛାତ୍ର ୟୁଟର୍ଣ୍ଣ ମାରିଛନ୍ତି । ରାଗିଂ ଅଭିଯୋଗକୁ ଖଣ୍ଡନ କଲେ ପ୍ରଥମ ବର୍ଷର ଛାତ୍ର । ତାଙ୍କୁ ରାଗିଂ ହୋଇ ନାହିଁ ବରଂ ରାଗିଂ ଅଭିଯୋଗ ଆଣିବାକୁ ବାଧ୍ୟ କରାଯାଉଛି ବୋଲି କହିଛନ୍ତି । ହଷ୍ଟେଲ ମୁଖ୍ୟ ତାଙ୍କୁ ବାଧ୍ୟ କରିଛନ୍ତି ବୋଲି ସେମାନେ କହିଛନ୍ତି । ସେହିପରି ତୃତୀୟ ବର୍ଷର ଛାତ୍ରମାନେ ମଧ୍ୟ ରାଗିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ହଷ୍ଟେଲ ମୁଖ୍ୟ ମିଥ୍ୟା ଫଟୋ ଦେଖାଇ ରାଗିଂ ଅଭିଯୋଗ ଆଣିଛନ୍ତି । Post navigation କିଟରେ ୨ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା: କିଟ୍ ବିଶ୍ବବିଦ୍ୟାଳୟକୁ ଦାୟୀ କଲା ୟୁଜିସି ପ୍ୟାନେଲ୍ ରାଜ୍ୟପାଳଙ୍କୁ ସମୟ ମାଗିଲେ ମୁଖ୍ୟମନ୍ତ୍ରୀ; ହୋଇପାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ