ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ଆକ୍ସନ୍ ମୋଡ଼ରେ ପୋଲିସ । ପୁରୀ ବଳଙ୍ଗାରେ ନାବାଳିକା ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଜାଳିଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ପରେ ଏମ୍‌ସ ଭୁବନେଶ୍ବରରେ ଚିକିତ୍ସାଧୀନ ନାବାଳିକାର ବୟାନ ରେକର୍ଡ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବରୁ ପୀଡ଼ିତାଙ୍କ ସାଙ୍ଗକୁ ଥାନାରେ ଜେରା କରାଯାଇଥିବା ବେଳେ ଆଜି ପୀଡିତାଙ୍କ ପିଉସୀକୁ ଉଠାଇନେଲା ବଳଙ୍ଗା ପୋଲିସ ।

ସୂଚନା ଯୋଗ୍ୟ ସୂଚନା ଯୋଗ୍ୟ; ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ କୌଣସି କାମରେ ଯାଇ ଘରକୁ ଫେରୁଥିଲେ । ଏହି ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କ ମୁହଁରେ କପଡ଼ା ଦେଇ ଉଠାଇ ନେଇଥିଲେ । ନିକଟସ୍ଥ ଭାର୍ଗବୀ ନଦୀବନ୍ଧ ହରିପୁର-ବଳଙ୍ଗା ରାସ୍ତା ଉପରେ ନାବାଳିକାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଝିଅଟି ଜୀବନ ବିକଳରେ ଏଣେ ତେଣେ ଧାଇଁବାକୁ ଆରମ୍ଭ କରିଥିଲା । ଏହା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ବଳଙ୍ଗା ପୀଡ଼ିତା ଏବେ ଏମ୍ସରେ ଚିକିତ୍ସାଧୀନରେ ଅଛନ୍ତି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ସେ ବର୍ତ୍ତମାନ ଆଇସିୟୁରେ ଅକ୍ସିଜେନ ସପୋର୍ଟରେ ଚିକିତ୍ସାଧୀନ ଅଛନ୍ତି । ପୀଡ଼ିତାଙ୍କ ଶରୀର ପ୍ରାୟ ୭୫ ପ୍ରତିଶତ ପୋଡ଼ି ଯାଇଛି। ଏମ୍ସର ବର୍ଣ୍ଣ ୱାର୍ଡରେ ଚାଲିଛି ବଳଙ୍ଗା ଛାତ୍ରୀଙ୍କ ଚିକିତ୍ସା ।

Leave a Reply

Your email address will not be published. Required fields are marked *