ଓଟିଇଟି ୨୦୨୫ ପରୀକ୍ଷା ମଧ୍ୟରାତ୍ରରେ ସ୍ଥଗିତ ହୋଇଛି । ଆଜି ହେବାକୁଥିବା ଓଟିଇଟି ୨୦୨୫ ପରୀକ୍ଷକୁ ବୋର୍ଡ ସ୍ଥଗିତ କରିଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଟିଇଟି ୨୦୨୫ ପରୀକ୍ଷା ସ୍ଥଗିତ କରିଛି। ପେପର୍-୧ ଓ ପେପର୍-୨ ପରୀକ୍ଷା ସ୍ଥଗିତ ହୋଇଛି । ଯାହାକୁ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିବ ବୋର୍ଡ ବୋଲି ସୂଚନା ଦିଆଯାଇଛି । ହାତଲେଖା ପ୍ରଶ୍ନପତ୍ରର ଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲିବା ଆରମ୍ଭ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ବୋର୍ଡ ପ୍ରାର୍ଥୀମାନଙ୍କୁ ଆଶ୍ୱାସନା ଦେଇଛି ଯେ ପରୀକ୍ଷା ପାଇଁ ଏକ ନୂତନ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ଏବଂ ଲିକ୍ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ସୂଚନା ଯୋଗ୍ୟ; ପ୍ରାଥମିକ ଶିକ୍ଷାରେ ନିୟୋଜିତ ଇନ୍ ସର୍ଭିସ୍ ଶିକ୍ଷକ ମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍ ଓଟିଇଟି) ପାଇଁ ୭୫ ହଜାର ୪୦୩ ଜଣ ଇନ୍ ସର୍ଭିସ୍ ଶିକ୍ଷକ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ରାଜ୍ୟରେ ୩୦ଟି ଜିଲ୍ଲାରେ ୧୯୩ଟି ପରୀକ୍ଷା କେନ୍ଦ୍ର ଚୟନ ମଧ୍ୟ କରାଯାଇଥିଲା । Post navigation ଏମ୍ସରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ ବଳଙ୍ଗା ନାବାଳିକା ପୋଡ଼ି ମାମଲା; ପୀଡ଼ିତାଙ୍କ ପିଉସୀକୁ ଉଠାଇନେଲା ପୋଲିସ