PCC fact-finding committee investigates Nimapada student burning incident

ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳିରେ ଦୁବୃର୍ତ୍ତମାନଙ୍କ ଦ୍ବାରା ହୋଇଥିବା ଛାତ୍ରୀକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବା ଘଟଣାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଭକ୍ତ ଚରଣ ଦାସ ଅତ୍ୟନ୍ତ ଉଦ୍‌ବେଗ ପ୍ରକାଶ କରିବା ସହ ଏଭଳି ସ୍ପଶକାତର ଘଟଣାର ତଥ୍ୟ ଅନୁଧ୍ୟାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି ।

ଏହି କମିଟି ତତ୍କାଳ ଘଟଣା ସୁଳ ପରିଦର୍ଶନ କରିବା ସହ ପିଡିତାକୁ ଭେଟିବା ଓ ପିଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାସ ଦାୟିତ୍ୱ ଦେଇଥିଲେ ।

ତଦନୁଯାୟୀ ଉକ୍ତ କମିଟି ଖୁବଶୀଘ୍ର ପିଡ଼ିତା ଚିକିତ୍ସିତ ହେଉଥ‌ିବା ଭୁବନେଶ୍ୱର ଏମ୍‌ସ୍ ଡାକ୍ତରଖାନାକୁ ଯାଇ ପିଡ଼ିତାଙ୍କୁ ଭେଟିଥିଲେ ଏବଂ ଘଟଣା ସଂପର୍କରେ ପଚାରି ବୁଝିଥିଲେ ।

ସେହିପରି ପରିବାରବର୍ଗଙ୍କ ସହିତ ଆଲୋଚନା କରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଆଜିର ଏହି ତଥ୍ୟ ଅନୁଧ୍ୟାନ ସମୟରେ କମିଟିର ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କ ସମେତ ସଭ୍ୟ ସର୍ବଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଦେବାଶିଷ ପଟ୍ଟନାୟକ, ମିନାକ୍ଷୀ ବାହିନିପତି, ୟାସିର ନୱାଜ, ରଞ୍ଜିତ ପାତ୍ରଙ୍କ ସମେତ ବିଧାୟିକା ସୋଫିଆ ଫିର୍‌ଦୋଷ, ସୋନାଲି ସାହୁ, ମନିଷା ଦାସ ପଟ୍ଟନାୟକ ଓ ଉଦ୍ଦିତ ପ୍ରଧାନ ପ୍ରମୁଖ ହସ୍ପିଟାଲ ଯାଇଥିଲେ ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *