ED arrests Bhupesh Baghel's son in liquor 'scam' case

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଛି । ଚୈତନ୍ୟ ବାଘେଲଙ୍କ ନାଁରେ କୋଟିକୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ମଦ ଘୋଟାଲାକୁ ନେଇ ଇଡି ଭୂପେଶ ବାଘେଲଙ୍କ ଭିଲାଇସ୍ଥିତ ଘରେ ଚଢ଼ାଉ କରିଥିଲା । ଏହି ସମୟରେ ଇଡି ଧାରଣା ଦୁର୍ନୀତି ସହ ଜଡିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଥିଲା । ଚଢ଼ାଉ ପରେ ଚୈତନ୍ୟଙ୍କୁ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଛି । ତତ୍କାଳୀନ ଅବକାରୀ ମନ୍ତ୍ରୀ କୱାସି ଲଖମାଙ୍କୁ ଏହି ଦୁର୍ନୀତିରୁ ପ୍ରତି ମାସରେ ବିପୁଳ ପରିମାଣର ଟଙ୍କା ଦିଆଯାଉଥିବା ଇଡି ତଦନ୍ତରୁ ଜଣାପଡ଼ିଛି ।

ସବୁଠୁ ବଡ଼ କଥା ହେଲା ଆଜି ହେଉଛି ଚୈତନ୍ୟ ବାଘେଲଙ୍କ ଜନ୍ମଦିନ । ଜନ୍ମଦିନରେ ତାଙ୍କୁ ଗିରଫ କରି ଇଡି ତାଙ୍କୁ ଉପହାର ଦେଇଥିବା ଭୂ‌ପେଶ ବାଘେଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *