ପେଟ୍ରୋଲ୍ ପମ୍ପ୍ରେ ତେଲ ସଙ୍କଟ ଆଶଙ୍କା ଟଳିଲା । ପେଟ୍ରୋଲ ସରିଯିବା ନେଇ ଆଶଙ୍କା ଥିବା ବେଳେ ଏହାକୁ ନେଇ ସୂଚନା ଦେଇଛନ୍ତି ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ସେ କହିଛନ୍ତି ପେଟ୍ରୋଲ ମହଜୁଦ ରହିଛି । କାଁ ଭାଁ ଜାଗାରେ ପେଟ୍ରୋଲ ସରିଛି । କିନ୍ତୁ ଏବେ ୧୫୦ ପେଟ୍ରୋଲ୍ ଟ୍ୟାଙ୍କର ଆସି ପହଞ୍ଚିଛି । ତରବରିଆ ହୋଇ ଆବଶ୍ୟକ ଠାରୁ ଅଧିକ ପେଟ୍ରୋଲ କିଣନ୍ତୁ ନାହିଁ । ପେଟ୍ରୋଲ୍ ପମ୍ପ୍ରେ ତେଲ ସରିଯିବା ଆଶଙ୍କା ଆଉ ନାହିଁ। ପେଟ୍ରୋଲ୍ ପମ୍ପ୍ରେ ଅଯଥା ଭିଡ଼ ନ କରିବା ପାଇଁ ଅନୁରୋଧ । ସେ ଆଉ ମଧ୍ୟ କହିଛନ୍ତି ପେଟ୍ରୋଲକୁ ନେଇ କୌଣସି ସମସ୍ୟା ହେବନି । ସରକାରଙ୍କ ସହ ଆଲୋଚନା ହୋଇଛି । ପୁରା କର୍ଡ଼ନ ଭିତରେ ପେଟ୍ରୋଲକୁ ଆମଦାନୀ କରାଯାଇଛି । ସରକାରଙ୍କ ଏଥିପ୍ରତି ପୁରା ନଜର ରହିଛି । ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବନ୍ଦ କରିବାରୁ ସମସ୍ୟା ଉପୁଜିଛି। ସୂଚନା ଯୋଗ୍ୟ; ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ପେଟ୍ରୋଲଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏକପ୍ରକାର ଠପ୍ ହୋଇଛି । ଯାହା ଫଳରେ ଗତକାଲି ଠାରୁ ପେଟ୍ରୋଲ ସରିଯିବା ଆଶଂକାରେ ରାତିରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । Post navigation ଦିଲ୍ଲୀ-ଏନ୍ସିଆରରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ନିର୍ଭୟ ପ୍ରଭାବ; ସ୍ମାର୍ଟ ସ୍କୁଲରୁ ନବୀନ ଟ୍ୟାବ୍ ଫେରାଇନେଲେ ଅଧିକାରୀ