ଆଜି ରଥାରୂଢ଼ ଶ୍ରୀଜୀଉଙ୍କର ଅଧରପଣା ନୀତି । ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା । ପଣା ହାଣ୍ଡି ଭୋଗ ହେବା ପରେ ରଥ ଉପରେ ଭଙ୍ଗାଯିବାର ପରମ୍ପରା ରହିଛି । ଏହା ଅପରାହ୍ନ ୪ଟା ୩୦ରୁ ଆରମ୍ଭ, ୮ଟା ୩୦ରେ ଶେଷ ହେବ । ମଧ୍ୟ ରାତ୍ର ୨ଟାରେ ପଡ଼ିବ ଶ୍ରୀଜିଉଙ୍କ ରାତ୍ର ପହୁଡ଼ ଓ କାଲି କରିବେ ନୀଳାଦ୍ରି ବିଜେ । ସୂଚନା ଯୋଗ୍ୟ ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ରଥାରୂଢ଼ ଶ୍ରୀଜୀଉଙ୍କ ପାଖରେ ଅଧରପଣା ଭୋଗ କରାଯାଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହାର କରାଯାଇ ଅଧରପଣା ପ୍ରସ୍ତୁତ କରାଯାଇଥାଏ । ଏହା ପରେ ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ । ଭୋଗ ହେବା ପରେ ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । Post navigation ଦୁର୍ଲଭ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି ତୁଳସୀ କ୍ଷେତ୍ରରେ ୩ୟ ଦିନରେ ବି ପହଞ୍ଚିନି ବ୍ରହ୍ମତାଳଧ୍ବଜ ରଥ