ଦେଶବ୍ୟାପୀ କୋଭିଡ୍-୧୯ ଟିକା ବିଷୟରେ ଚାଲିଥିବା ସମସ୍ତ ଗୁଜବକୁ ଖାରଜ କରି କୋଭିଡ୍ ଟିକା ଓ ଆକସ୍ମିକ ମୃତ୍ୟୁ ଲିଙ୍କ୍‌କୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରାଳୟ । ସେ କହିଛନ୍ତି ଯୁବପିଢ଼ିଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହେବା ସହ କୋଭିଡ୍ ଟିକାର କୌଣସି ସମ୍ପର୍କ ନାହିଁ। କୋଭିଡ୍ ଟୀକା ଏବଂ ଆକସ୍ମିକ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ତେଣୁ କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁକୁ ଯୋଡ଼ିବା ମିଥ୍ୟା ଓ ବିଭ୍ରାନ୍ତିକର । ICMR ଓ AIIMS ଦ୍ବାରା ବ୍ୟାପକ ଅଧ୍ୟୟନରୁ ଏହା ସ୍ପଷ୍ଟ କରାଯାଇଛି ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି ଯେ ଏହି ଟୀକା ସମ୍ପୂର୍ଣ୍ଣ ନିରାପଦ ଏବଂ ଏଥିରୁ କୌଣସି ବିପଦ ନାହିଁ। କୋଭିଡ୍ ଟୀକା କେବଳ ନିରାପଦ ନୁହେଁ ବରଂ ରୋଗକୁ ରୋକିବାରେ ମଧ୍ୟ ପ୍ରଭାବଶାଳୀ। ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାର ଘଟଣା ଏତେ ବିରଳ ଯେ ସେଗୁଡ଼ିକୁ ଅଣଦେଖା କରାଯାଇପାରିବ। ଜୀବନଶୈଳୀ, କୋଭିଡ୍ ପୂର୍ବବର୍ତ୍ତୀ ଜଟିଳତା କାରଣ ହୋଇପାରେ କିନ୍ତୁ କୋଭିଡ୍ ଟୀକାକରଣରୁ ହଠାତ୍ ମୃତ୍ୟୁ ସହିତ କୌଣସି ସମ୍ପର୍କ ନାହିଁ ।

 

Leave a Reply

Your email address will not be published. Required fields are marked *