Pay Rs 80 to use a toilet in Puri

ପୁରୀ ରଥଯାତ୍ରା ସମୟରେ ‘ସ୍ୱଚ୍ଛ ଓଡ଼ିଶା, ବିକଶିତ ଓଡ଼ିଶା’ ଅଭିଯାନରେ ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉଠା ଶୌଚାଳୟ କରିଛନ୍ତି ରାଜ୍ୟ ସରକାର ।

ପୁରୀରେ ଉଠା ଟଏଲେଟ ପକେଇ ସେଥିରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ମାରିଛନ୍ତି । ହେଲେ ପରିଶ୍ରା ପାଇଁ ୫୦ ଟଙ୍କା ଓ ଶୌଚ ପାଇଁ ୮୦ ଟଙ୍କା ନେଉଛନ୍ତି । ଫଳରେ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ଯିଏ ପାଞ୍ଚ ଟଙ୍କା ଦେଇ ଆହାର ଖାଇବ, ସିଏ କଣ ଅଶି ଟଙ୍କା ଦେଇ ଶୌଚ ହେବ? ରାଜ୍ୟ ସରକାରଙ୍କ ଇଏ କିପରି ନିୟମ?

ଭଲ ବେପାର ଚଲାଇଛନ୍ତି ଜିଲ୍ଲା ପ୍ରଶାସନ । ଶେଷରେ ଝାଡା, ପରିସ୍ରା ବି ଏମାନେ ବେପାର କରିଦେଲେ ।

ଏଇତ ପରିବର୍ତ୍ତନ!!!

By Nirvay

Leave a Reply

Your email address will not be published. Required fields are marked *