ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ, ଆଦାନୀ ଗ୍ରୁପ ଅଧ୍ୟକ୍ଷ ତଥା ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନୀ ଆଜି ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ସପରିବାର ସହ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଗୌତମ ଆଦାନୀ ଶରଧାବାଲିରେ ତାଙ୍କ ପତ୍ନୀ ପ୍ରୀତି ଆଦାନୀ ଏବଂ ପୁଅ କରଣ ଆଦାନୀଙ୍କ ସହ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି । ପରେ ସେ ଆଦାନୀ ଗ୍ରୁପ ପକ୍ଷରୁ ଆୟୋଜିତ ପ୍ରସାଦ ସେବା କାର୍ଯ୍ୟକ୍ରମରେ ଯୋଗଦେଲେ ଏବଂ ରୋଷଶାଳାରେ ନିଜେ ରୋଷେଇ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ରଥଯାତ୍ରା ଦେଖିବାର ସୁଯୋଗ ପାଇ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଛନ୍ତି । ଏହି ରଥଯାତ୍ରା ବିଶ୍ୱାସ, ସେବା ଏବଂ ଏକତାର ଏକ ବିଶାଳ ରୂପ, ଯାହା ମନ ଏବଂ ଆତ୍ମାକୁ ଅପୂର୍ବ ଶାନ୍ତି ଦେଇଥାଏ ବୋଲି ଆଦାନୀ କହିଛନ୍ତି । Post navigation ରଥଟଣା ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ ପିପିଲିରେ ୩ ଯୁବତୀଙ୍କ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ