ବାଲେଶ୍ୱର ଜିଲ୍ଲା ଭୋଗରାଇରେ ପୋଲିସର ଦାଦାଗିରି । ଥାନାରେ ମାମଲା ରୁଜୁ ନ କରି ଯୁବକଙ୍କ ହାତ ଓ ଗୋଡରେ ବେଡି ପକାଇ ଦୁଇ ଦିନ ଧରି ନିର୍ଯାତନା କରିଥିଲା ପୁଲିସ୍। ସାମାନ୍ୟ ବାଇକ୍‌ ଅଦଳ ବଦଳ ଘଟଣାକୁ ନେଇ ଅମାନୁଷିକ ଦଣ୍ଡ ଦେଇଥିବା ଜଣାପଡ଼ିଛି ।

ଶେଷରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ବ୍ୟକ୍ତି ମୁକୁଳିଛନ୍ତି । ସିଧା ଥାନାରୁ ଭିଡିଓ କଲ୍‌ କରି IICଙ୍କ କାରନାମା SPଙ୍କୁ ଜଣାଇଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । SPଙ୍କ ନିର୍ଦ୍ଦେଶ ପରେ ନିର୍ଯାତନାର ଶିକାର ବ୍ୟକ୍ତିଙ୍କୁ ଛାଡ଼ିବା ପରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ସୂଚନା ଯୋଗ୍ୟ; ଏକ ମଟର ସାଇକେଲ ଅଦଳବଦଳକୁ କେନ୍ଦ୍ର କରି ଭୋଗରାଇ ଥାନା ଅଧିନସ୍ଥ ବାରବାଟିଆ ଗ୍ରାମର ଜୟନ୍ତୀ ରଥ ଏବଂ ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏ ନେଇ ଜୟନ୍ତୀ ରଥ ଭୋଗରାଇ ଥାନାରେ ଅଭିଯୋଗ କ୍ରମେ ପୋଲିସ କାର୍ତ୍ତିକ ଭୋଳଙ୍କୁ ଉଠାଇ ଆଣିଥିଲା । ଦୁଇ ଦିନ ଧରି ଯୁବକଙ୍କ ହାତ ଏବଂ ଗୋଡ଼ରେ ହ୍ୟାଣ୍ଡକପ୍ ପକାଇ ପୋଲିସ ନିର୍ଯ୍ୟାତନା ଦେଇଥିବା ଜାଣି ସାଂସଦ ଉକ୍ତ ମାମଲାରେ ହସ୍ତକ୍ଷେପ କରିଛନ୍ତି । ଘଟଣାରେ ପୋଲିସ ମାମଲା ରୁଜୁ କରି ନଥିବା ମଧ୍ୟ ଜଣାପଡ଼ିଥିଲା । ଏହା ପରେ ସାଂସଦ ନିଜେ ଭୋଗରାଇ ଥାନାକୁ ଆସି ପ୍ରଥମେ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ବାଲେଶ୍ୱର ଏସ୍ପିଙ୍କୁ ଭିଡ଼ିଓ କଲ୍ କରି ଯୁବକଙ୍କ ହାତ ଗୋଡ଼ ବନ୍ଧା ଥିବା ଦେଖାଇଥିଲେ । SPଙ୍କ ନିର୍ଦ୍ଦେଶ ପରେ ନିର୍ଯାତନାର ଶିକାର ବ୍ୟକ୍ତିଙ୍କୁ ଛାଡ଼ି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *