ରାଜ୍ୟ ସରକାରଙ୍କ ଏକ ବର୍ଷ ପୁର୍ତ୍ତି ପାଳନ ଅବସରରେ କଟକରେ ହେବାକୁ ଯାଉଛି ନାରୀ ଶକ୍ତି ମେଳା। ଆସନ୍ତା ୧୩ ତାରିଖରେ କଟକରେ ଅନୁଷ୍ଠିତ ହେବ ନାରୀ ଶକ୍ତି ମେଳା । ଏହି  ଜିଲ୍ଲାସ୍ତରୀୟ ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ମେଳାରେ କଟକ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ମହିଳାମାନେ ଯୋଗ ଦେବେ ବୋଲି ଆଜି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ତଳ ବାଲିଯାତ୍ରା ପଡ଼ିଆରେ ଏହି ମେଳା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ତେଣୁ ଆଜି କଟକ ସ୍ଥିତ ବାଲିଯାତ୍ରା ପଡିଆର ମେଳା ସ୍ଥଳ ବୁଲିବା ସହ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ସିଂଦେଓ।

Leave a Reply

Your email address will not be published. Required fields are marked *