ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ମାଗଣା ବାଲି ମିଳିବ । ଘର ତିଆରି ପାଇଁ ରାଜ୍ୟ ସରକାର ୨ ଟ୍ରାକ୍ଟର୍ ବାଲି ଦେବେ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ପରମିଟ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ହାଇୱାରେ ବାଲି ଅଣାଯାଉଥିବାରୁ ରାସ୍ତା ଖରାପ ହେଉଛି ତେଣୁ ବାଲି ଉଠାଣ ପାଇଁ ହାଇୱା ବଦଳରେ ଅନ୍ୟ ଗାଡି ବ୍ୟବହାର ହେବ । କେଉଁ ଗାଡ଼ିରେ ବାଲି ଅଣାଯିବ ସେ ନେଇ SOP ଆସିବ ବୋଲି ସୁରେଶ ପୂଜାରୀ କହିଛନ୍ତି । Post navigation ଜୁନ୍ ୨୦ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ