ବେଙ୍ଗାଲୁରୁରେ ଆଇପିଏଲ ୨୦୨୫ ବିଜୟ ରାଲି ସମୟରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ୧୧ ଜଣ ପ୍ରାଣ ହରାଇବା ପରେ ଗୁରୁବାର ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷର ଆର୍ଥିକ ସହାୟତା ଘୋଷଣା କରିଛି । ଆହତଙ୍କୁ ସହାୟତା ପାଇଁ ଆରସିବି କେୟାର୍ସ ଫଣ୍ଡ ଆରମ୍ଭ କରାଯାଇଛି ।
 
ଗତକାଲି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ ।
 
କହିରଖୁଛୁ ଯେ, ମେ’ ୩ ତାରିଖ ଦିନ ଆରସିବି ଆଇପିଏଲ ଫାଇନାଲ ମ୍ୟାଚ ଜିତିବା ପରେ ୫ ତାରିଖ ଦିନ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରିବା ସମୟରେ ହଠାତ ଜନସମୁଦ୍ର ମାଡିଆସିଥିଲା ।
 
ପୋଲିସ ନିଜ ଆଡ଼ୁ ଆରସିବି, ଡିଏନ୍‌ଏ ଏଣ୍ଟରଟେନମେଣ୍ଟ ଓ କର୍ଣ୍ଣାଟକା ରାଜ୍ୟ କ୍ରିକେଟ ସଂଘ (କେଏସ୍‌ସିଏ) ବିରୋଧରେ ମାମଲା ରୁଜୁ କରିଛି । ଅପରାଧିକ ଅବହେଳା ଅଭିଯୋଗରେ ଏକାଧିକ ସଂସ୍ଥାଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *