ଦିଲ୍ଲୀରୁ ଇ-ଜିରୋ ଏଫଆଇଆର (FIR) ବ୍ୟବସ୍ଥାର ପାଇଲଟ ପ୍ରୋଜେକ୍ଟ ଶୁଭାରମ୍ଭ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ x ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଅପରାଧୀଙ୍କୁ ଧରିବା ପାଇଁ ଏକ ନୂତନ ଇ-ଜିରୋ ଏଫଆଇଆର ପଦକ୍ଷେପ ଆରମ୍ଭ କରିଛି । ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦିଲ୍ଲୀ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଥିବା ଏହି ନୂତନ ବ୍ୟବସ୍ଥା, NCRP କିମ୍ବା ୧୯୩୦ ରେ ପଞ୍ଜିକୃତ ସାଇବର ଆର୍ଥିକ ଅପରାଧଗୁଡ଼ିକୁ ସ୍ୱୟଂଚାଳିତ ଭାବରେ FIR ରେ ପରିଣତ କରିବ । ଏହି ନୂତନ ବ୍ୟବସ୍ଥା, ପ୍ରାରମ୍ଭରେ ୧୦ ଲକ୍ଷ ଟଙ୍କା ସୀମାରୁ ଅଧିକ ମାମଲା ପାଇଁ ପ୍ରଯୁଜ୍ୟ ହେବ । ଏଥିସହ ସାଇବର ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦ୍ରୁତ ଯାଞ୍ଚ କରିବ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ସାଇବର ଅପରାଧୀଙ୍କୁ ଧରିବାକୁ ସହଜ ହେବ ଏବଂ ଏହି ନୂତନ ବ୍ୟବସ୍ଥା ଖୁବ ଶୀଘ୍ର ଦେଶର ସମସ୍ତ ଅଞ୍ଚଳରେ ବିସ୍ତାର କରାଯିବ ବୋଲି ଅମିତ ଶାହ କହିଛନ୍ତି । Post navigation ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ ଏସଆଇଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ