କ୍ୟାରିଅର୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି ଗୋଲଡେନ ବୟ ନୀରଜ ଚୋପ୍ରା । ନିଜ ରେକର୍ଡ ଭାଙ୍ଗିଲେ ନୀରଜ । ଦୋହା ଡାଇମଣ୍ଡ ଲିଗ୍ରେ ୯୦.୨୩ ମିଟର୍ ଜାଭେଲିନ୍ ଥ୍ରୋ’ କରି କ୍ୟାରିଅର୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା । ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ, ଏସିଆର ତୃତୀୟ ଏବଂ ବିଶ୍ୱର ୨୫ତମ ଆଥଲେଟ ହେବାର ଗୌରବ ଅର୍ଜନ କରିଛନ୍ତି । ତେବେ ଜର୍ମାନୀର ଜୁଲିଆନ ୱେବର ୬ଷ୍ଠ ତଥା ଅନ୍ତିମ ପ୍ରଚେଷ୍ଟାରେ ୯୧.୦୬ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନୀରଜ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏଥିସହ ନୀରଜ ଜାଭେଲିନ୍ ଥ୍ରୋ’ରେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । Post navigation ଆତଙ୍କବାଦୀ ମସୁଦ ଅଜହର ପରିବାରକୁ ମିଳିବ ୧୪ କୋଟି ସହାୟକ ରାଶି ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ଼