ଅପରେସନ ସିନ୍ଦୂର ପରେ ପାକିସ୍ତାନର ମଲମ। ପୁଣି ଖୋଲିଲା ଆତଙ୍କୀସ୍ତାନର ପ୍ରକୃତ ମୁଖା । ଭାରତର ଆକ୍ରମଣ ଲାଗି ମିଳିବ କ୍ଷତିପୂରଣ । ଆତଙ୍କବାଦୀଙ୍କୁ ଦେବ ବିପୁଳ ଅର୍ଥ ପୁରସ୍କାର । ମସୁଦ ଅଜହର ପରିବାରକୁ ମିଳିବ ୧୪ କୋଟି । ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ମସୁଦ ଅଜହର ପରିବାରର ୧୪ ଜଣଙ୍କ ମୃତ୍ୟୁ ଘଟିଛି ।

ଭାରତର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧ କୋଟି ଟଙ୍କା ପାକିସ୍ତାନ ରୁପିଜର ସହାୟତା ରାଶି ଘୋଷଣା କରାଯାଇଛି । ମସୁଦ ପରିବାରର ୧୦ ଓ ୪ ସହଯୋଗୀ ମୃତ ହୋଇଥିବା ବେଳେ ଜଣକୁ କୋଟିଏ ହିସାବରେ ୧୪ କୋଟି ମିଳିବ ବୋଲି ସୂଚନା ମିଳିଛି।

ସୂଚନା ଯୋଗ୍ୟ ଭାରତ ପାକିସ୍ତାନର ୯ଟି ଆତଙ୍କବାଦୀ ଅଡ୍ଡାକୁ ଟାର୍ଗେଟ କରିଥିଲା । ଭାରତ ପକ୍ଷରୁ କରାଯାଇଥିବା ଅପରେଶନ ସିନ୍ଦୂର ଜରିଆରେ ୧୦୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।

Leave a Reply

Your email address will not be published. Required fields are marked *