ଆତ୍ମହତ୍ୟା ପାଇଁ ଚିଠି ଲେଖିଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଏସ୍ଡିପିଓ ବ୍ରଜମୋହନ ପ୍ରଧାନ । IGଙ୍କୁ ଚିଠି ଲେଖିଲେ ଜଳେଶ୍ବର ଏସ୍ଡିପିଓ ବ୍ରଜମୋହନ ପ୍ରଧାନ । ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଆଉ କାମରେ ଚାପ ଦିଆଯାଉଥିବା ଅଭିଯୋଗ କରି ଚିଠି ଲେଖିଥିବା ଜଣାପଡିଛି । ଏହା ସହ ଏପରିକି ଜେନେରାଲ ମିଟିଂରେ ଇନ୍ସପେକ୍ଟରଙ୍କ ଆଗରେ ତାଙ୍କୁ ଅପମାନିତ କରୁଛନ୍ତି । ଏହି ସବୁ ସମସ୍ୟାର ସମାଧାନ ନହେଲେ ଜୀବନ ହାରିବାକୁ ଧମକ ଦେଇଛନ୍ତି ଏସ୍ଡିପିଓ। ଜିଲ୍ଲାପାଳ, ଏସ୍ପି ମାନସିକ ନିର୍ଯାତନା ସହ ନିଲମ୍ବନର ଭୟ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଏସ୍ଡିପିଓ । ବାଲେଶ୍ୱର ହେଡକ୍ୱାର୍ଟରରେ DSP ଦାୟିତ୍ୱ ତୁଲାଉଥିଲା ବେଳେ ପୁଣି ଜଳେଶ୍ୱରରେ ଏସ୍ଡିପିଓ ଦାୟିତ୍ୱ ତୁଲାଉଛନ୍ତି । Post navigation ୨୦ ଦିନ ପରେ ବିଏସଏଫ ଯବାନଙ୍କୁ ଛାଡ଼ିଲା ପାକିସ୍ତାନ ବଢ଼ିଲା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା