ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ସେନା ଗୁଳିରେ ଟଳିଲେ ୪ ଆତଙ୍କୀ । ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଯାହା ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟର ସକାଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏବେ ଆଉ ୩ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ଏମାନେ ଲସ୍କର-ଏ-ତୋଏବା ଆତଙ୍କୀ ସଙ୍ଗଠନର ସଦସ୍ୟ ବୋଲି ଜଣାପଡିଛି ।

ତେବେ ଜମ୍ମୁ କଶ୍ମୀରରେ ଆତଙ୍କୀ ବିରୋଧରେ ସୈନ୍ୟ ଅଭିଯାନ ଜାରି ରହିଛି । ସୋପିଆନ ସମେତ ବିଭିନ୍ନ ସ୍ଥାନରେ ଆତଙ୍କୀ ସନ୍ଧାନ କରୁଛି ସେନା । ଅନ୍ୟପଟେ ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର ଜାରି ହୋଇଛି । ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି କଲା ସୁରକ୍ଷା ଏଜେନ୍ସୀ ।

Leave a Reply

Your email address will not be published. Required fields are marked *