ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଭିତରେ ଉଭୟ ପକ୍ଷରେ ଘନ ଘନ ଆକ୍ରମଣ ମଧ୍ୟରେ ସାମ୍ପ୍ରତିକ ସ୍ଥିତି ନେଇ ସେନା ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ କର୍ଣ୍ଣେଲ ସୋଫିଆ କୁରେଶୀ କହିଛନ୍ତି ପାକିସ୍ତାନ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରୁଛି । ପାକିସ୍ତାନ ନାଗରିକ ବିମାନକୁ ଢାଳ କରୁଛି । ପାକିସ୍ତାନ ଦ୍ୱାରା ୨୬ରୁ ଅଧିକ ସ୍ଥାନରେ ଆକ୍ରମଣ କରାଯାଇଛି।

ପାକିସ୍ତାନ ପଞ୍ଜାବରେ ହାଇସ୍ପିଡ୍ ମିସାଇଲ୍ ମାଡ଼ କରିଛି, ଯାହାର ଜବାବ ଦିଆଯାଉଛି। ଭାରତୀୟ ସଶସ୍ତ୍ର ବାହିନୀ ଜବାବ ଦେଇଥିଲେ, ପାକିସ୍ତାନୀ ସାମରିକ ଘାଟି ଉପରେ ନିୟନ୍ତ୍ରିତ ଆକ୍ରମଣ କରାଯାଇଥିଲା। ଭାରତୀୟ ସେନା ପାକିସ୍ତାନୀ ସେନାକୁ ବହୁତ କ୍ଷତି ପହଞ୍ଚାଇଛି।

ପାକିସ୍ତାନର ୪ଟି ଏୟାରବେସ୍‌କୁ ଧ୍ବଂସ କରାଯାଇଛି । କିନ୍ତୁ ପାକିସ୍ତାନ ବହୁ ମିଛ ଓ ଗୁଜବ ପ୍ରସାରିତ କରିଛି । ପାକିସ୍ତାନ ସେନାର ବହୁତ ବଡ଼ କ୍ଷତି ଘଟିଛି । ପାକ୍‌ର ପ୍ରତ୍ୟେକ ଆକ୍ରମଣକୁ ପ୍ରତିହତ କରୁଛୁ । ଭାରତର କ୍ଷତି ହୋଇଥିବା ସମ୍ପୂର୍ଣ୍ଣ ମିଛ ଖବର । ତ୍ୱରିତ ଏବଂ ସୁଚିନ୍ତିତ ଜବାବରେ ଭାରତୀୟ ସଶସ୍ତ୍ର ବାହିନୀ କେବଳ ଚିହ୍ନଟ ସାମରିକ ଲକ୍ଷ୍ୟସ୍ଥଳ ଉପରେ ସଠିକ ଆକ୍ରମଣ କରିଥିଲେ। ପାକିସ୍ତାନ ନିରନ୍ତର ଏକ କ୍ଷତିକାରକ ଭୁଲ ସୂଚନା ଅଭିଯାନ ଚଳାଇବାକୁ ଚେଷ୍ଟା କରିଛି। ଭାରତୀୟ ଏସ୍‌-୪୦୦ ସିଷ୍ଟମ, ସୁରତଗଡ଼ ଏବଂ ସିରସାରେ ବିମାନବନ୍ଦର ନଷ୍ଟ କରିବାର ଦାବି କରିଛି। ପାକିସ୍ତାନ ଦ୍ୱାରା ପ୍ରଚାରିତ ହେଉଥିବା ଏହି ମିଥ୍ୟା ଦାବିଗୁଡ଼ିକୁ ଭାରତ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରୁଛି।

Leave a Reply

Your email address will not be published. Required fields are marked *