ସୁରକ୍ଷାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୈଠକ । ଭାରତ ଦ୍ୱାରା ଆତଙ୍କବାଦୀଙ୍କ ବିରୁଦ୍ଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହି କାରଣରୁ ପାକିସ୍ତାନ କ୍ରମାଗତ ଭାବେ ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛି, ଯାହାକୁ ଭାରତୀୟ ବାୟୁସେନା କଡ଼ା ଜବାବ ଦେଉଛି। ଏହାରି ମଧ୍ୟରେ ଯୁଦ୍ଧ ସ୍ଥିତିର ସମୀକ୍ଷା କରୁଛନ୍ତି ରାଜନାଥ ସିଂ । ସିଡିଏସ୍ ଏବଂ ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରାଯାଇଛି। ଆଗକୁ ଅପରେସନ ‘ସିନ୍ଦୂର’ରେ ହୋଇପାରେ ବଡ଼ ଆକ୍ସନ ବୋଲି ସୂଚନା ମିଳିଛି। Post navigation ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା: ଚାଟାର୍ଡ ଆକାଉଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା: ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆଇପିଏଲ୍ ବନ୍ଦ୍