ଅପରେସନ ସିନ୍ଦୂର ପରେ ସଂସଦ ଭବନରେ ଚାଲିଛି ସର୍ବଦଳୀୟ ବୈଠକ । ଭାରତୀୟ ବାୟୁସେନା ଦ୍ବାରା ମଙ୍ଗଳବାର-ବୁଧବାର ରାତିରେ କରାଯାଇଥିବା ‘ଅପରେସନ ସିନ୍ଦୂର’ର ସଫଳତା ପରେ କେନ୍ଦ୍ର ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ବୈଠକରେ ଆଗାମୀ ରଣନୀତି ନେଇ ହୋଇପାରେ ଆଲୋଚନା ବୋଲି ସୂଚନା ମିଳିଛି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବିରୋଧୀ ଦଳ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାରେ ବିରୋଧୀ ଦଳ ନେତା ସାଂସଦ ରାହୁଲ ଗାନ୍ଧୀ ଉପସ୍ଥିତ ଅଛନ୍ତି। ଏହି ବୈଠକରେ ସମସ୍ତ ରାଜନୈତିକ ଦଳକୁ ପାକିସ୍ତାନ ବିରୁଦ୍ଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ଅବଗତ କରାଯିବ। ଏହା ବ୍ୟତୀତ ସୀମା ସୁରକ୍ଷା ସହ ଜଡିତ ବିଷୟଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯିବ। Post navigation ୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ